ବକ୍ସିଂ ଡେ’ରୁ ୩ ଟେଷ୍ଟ୍‌

ଭୁବନେଶ୍ବର,: ବଡ଼ ଦିନ ପରଠୁ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ମେଲବର୍ନ ଟେଷ୍ଟ୍ ବକ୍ସିଂ ଡେ’ର ଏକମାତ୍ର ଟେଷ୍ଟ୍ ନୁହେଁ। ବୁଧବାରଠାରୁ ମଧ୍ୟ ପାକିସ୍ତାନ-ଦକ୍ଷିଣ ଆଫ୍ରିକା (ସେଞ୍ଚୁରିଅନ) ଏବଂ ‌ନ୍ୟୁଜିଲାଣ୍ଡ୍‌-ଶ୍ରୀଲଙ୍କା (କ୍ରାଏଷ୍ଟଚର୍ଚ) ମଧ୍ୟ ଆରମ୍ଭ ହେଉଛି। କେବଳ ମେଲବର୍ନରେ ନୁହେଁ ଅନ୍ୟତ୍ର ବି ବକ୍ସିଂ ଡେ’ରୁ ଟେଷ୍ଟ୍ ମ୍ୟାଚ୍ ଖେଳାଯାଏ ବୋଲି ଦୁଇ ଦିନ ତଳେ ‘ସମ୍ବାଦ’ ପକ୍ଷରୁ ବିସ୍ତୃତ ସୂଚନା ଦିଆଯାଇଥିଲା।

ସମ୍ବନ୍ଧିତ ଖବର