ଦୁବାଇ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ଲଜ୍ଜାଜନକ ପରାଜୟ ବରଣ କରିଥିଲା। ହେଲେ ପ୍ରଥମ ପାଳିରେ ୭୪ ରନ୍ କରିଥିବା ଅଧିନାୟକ ବିରାଟ କୋହଲି ସଦ୍ୟ ପ୍ରକାଶିତ ଟେଷ୍ଟ୍ ମାନ୍ୟତାର ଶୀର୍ଷରେ ଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍ ଷ୍ଟିଭେନ୍ ସ୍ମିଥ୍ଙ୍କ ନିକଟତର ହୋଇଛନ୍ତି। ସେ ୮୮୮ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଆଡିଲେଡ୍ ଅର୍ଧଶତକରୁ କୋହଲିଙ୍କ ୨ ପଏଣ୍ଟ୍ ବଢ଼ି ଥିଲା ବେଳେ ଦୁଇଟି ପାଳିରେ ୧ ରନ୍ ଲେଖାଏଁ କରି ବିଫଳ ହୋଇଥିବା ସ୍ମିଥ୍ (୯୦୧)ଙ୍କ ୧୦ ପଏଣ୍ଟ୍ ଖସିଥିଲା। ଏହି ମ୍ୟାଚ୍ରେ ୪୭ ଓ ୬ ରନ୍ କରିଥିବା ଅଷ୍ଟ୍ରେଲିଆର ମାର୍ନସ ଲବୁସାନ ଜୀବନର ଶ୍ରେଷ୍ଠ ୮୩୯ ପଏଣ୍ଟ୍ ହାସଲ କରି ଚତୁର୍ଥରେ ରହିଥିଲା ବେଳେ ୭୩* ରନ୍ କରି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିବା ଟିମ୍ ପେନ୍(୫୯୨) ଜୀବନର ଶ୍ରେଷ୍ଠ ମାନ୍ୟତା ୩୩ରେ ପହଞ୍ଚିଛନ୍ତି। ରବିଚନ୍ଦ୍ରନ ଅଶ୍ବିନ ଭାରତୀୟ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ହୋଇଥିଲା ବେଳେ ସେ ଯଶପ୍ରୀତ ବୁମ୍ରା (ଦଶମ)ଙ୍କୁ ପଛରେ ପକାଇ ନବମ ସ୍ଥାନରେ ରହିଛନ୍ତି। ଆଡିଲେଡ୍ରେ ଖେଳି ନଥିବା ରବୀନ୍ଦ୍ର ଜାଦେଜା ଅଲ୍ରାଉଣ୍ଡର ତାଲିକାରେ ତୃତୀୟ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି। ୭ ୱିକେଟ୍ ଅକ୍ତିଆର କରିଥିବା ପ୍ୟାଟ୍ କମିନ୍ସ ନିଜ ପଏଣ୍ଟ୍ ସଂଖ୍ୟା ୯୦୪ରୁ ୯୧୦ରେ ପହଞ୍ଚାଇବା ସହ ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିଛନ୍ତି। ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ ଦ୍ବିତୀୟରେ ରହିଛନ୍ତି। ଦ୍ବିତୀୟ ପାଳିରେ ୫/୮ ସଫଳତା ପାଇଥିବା ଜୋସ ହାଜେଲଉଡ (୮୦୫) ଶୀର୍ଷ ୫ରେ ପ୍ରବେଶ କରିଛନ୍ତି।
ଟେଷ୍ଟ୍ ମାନ୍ୟତା: ସ୍ମିଥ୍ଙ୍କ ନିକଟତର କୋହଲି
/sambad/media/post_attachments/wp-content/uploads/2020/11/rohit-kohli.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)