ଦୁବାଇ : ଆଇସିସି ଟେଷ୍ଟ୍ ମାନ୍ୟତାର ଶୀର୍ଷ-୧୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା, ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ ସ୍ପିନ୍ ଅଲ୍ରାଉଣ୍ଡର ରବିଚନ୍ଦ୍ରନ୍ ଅଶ୍ବିନ ସ୍ଥିର ରହିଛନ୍ତି। ବ୍ୟାଟର୍ଙ୍କ ମାନ୍ୟତା ତାଲିକାରେ ରୋହିତ ଓ କୋହଲି ଯଥାକ୍ରମେ ଅଷ୍ଟମ ଓ ଦଶମ ସ୍ଥାନରେ ଅପରିବର୍ତିତ ରହିଥିଲା ବେଳେ ବୋଲରଙ୍କ ମାନ୍ୟତା ତାଲିକାରେ ଅଶ୍ବିନ ଦ୍ବିତୀୟ ଏବଂ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ତୃତୀୟ ସ୍ଥାନରେ ରହିଛନ୍ତି। ଅଲ୍ରାଉଣ୍ଡର ମାନ୍ୟତା ତାଲିକାରେ ରବୀନ୍ଦ୍ର ଜାଦେଜା ମଧ୍ୟ ଶୀର୍ଷ ସ୍ଥାନ ବଜାୟ ରଖିଥିଲା ବେଳେ ଅଶ୍ବିନ୍ ଦ୍ବିତୀୟରେ ସ୍ଥିର ରହିଛନ୍ତି। ଦଳଗତ ମାନ୍ୟତାରେ ଅଷ୍ଟ୍ରେଲିଆ ପଛକୁ ଭାରତ ଦ୍ବିତୀୟ ସ୍ଥାନରେ ରହିଛି।
ଟେଷ୍ଟ୍ ମାନ୍ୟତା: ଶୀର୍ଷ-୧୦ରେ ରୋହିତ, କୋହଲି ଓ ଅଶ୍ବିନ ସ୍ଥିର
/sambad/media/post_attachments/wp-content/uploads/2022/05/kohali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)