ରାଜକୋଟ: ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ୱେଷ୍ଟ୍ଇଣ୍ଡିଜ ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାକୁ ଅଧିନାୟକ ବିରାଟ କୋହଲି ଫେରିବେ। ୟୁଏଇରେ ଅନୁଷ୍ଠିତ ଏସିଆ କପ୍ରେ ସେ ଖେଳି ନ ଥିଲେ। ଟେଷ୍ଟ୍ ଶୃଙ୍ଖଳା ଅବସରରେ କୋହଲି ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ଙ୍କ ନାମରେ ଥିବା ଏକ କୀର୍ତିମାନକୁ କାଟିବା ସମ୍ଭାବନା ରହିଛି। ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଆଝାରୁଦ୍ଧିନ୍ ୫୩୯ ରନ୍ କରିଥିଲେ। କୋହଲି ଏବେ ୫୦୨ ରନ୍ କରି ମାତ୍ର ୩୭ ରନ୍ ଦୂରରେ ରହିଛନ୍ତି। ୨୦୧୪ ମସିହାରେ ଅବସର ନେଇ ସାରିଥିବା ମହେନ୍ଦ୍ର ସିଂହ ଧୋନି (୪୭୬)ଙ୍କୁ ସେ କାଟି ସାରିଛନ୍ତି। ମୋଟ ଉପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତର ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ସର୍ବାଧିକ ୨୭୪୬ ରନ୍ କରିଥିବାବେଳେ ରାହୁଲ ଦ୍ରାବିଡ଼ (୧୯୭୮), ଭିଭିଏସ୍ ଲକ୍ଷ୍ମଣ (୧୭୧୫) ପରବର୍ତୀ ୨ ସ୍ଥାନରେ ରହିଛନ୍ତି। ଦଳଗତ ପ୍ରଦର୍ଶନ ଦେଖିଲେ ୧୯୪୮ ମସିହାରୁ ଆରମ୍ଭ କରି ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ୯୪ ଟେଷ୍ଟ୍ ଖେଳିଛି। ୱେଷ୍ଟଇଣ୍ଡିଜ୍ ୩୦ ଜିତିଥିବାବେଳେ ଭାରତ ୨୮ ଜିତିଛି। ଅବଶିଷ୍ଟ ୪୬ ଟେଷ୍ଟ୍ ଅମୀମାଂସିତ ରହିଛି। ଗୁରୁବାରଠାରୁ ରାଜକୋଟରେ ପ୍ରଥମ ଟେଷ୍ଟ୍ ଆରମ୍ଭ ହେଉଥିବାବେଳେ ଦ୍ବିତୀୟ ଟେଷ୍ଟ୍ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍ରେ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହେବ। ଏହା ପରେ ଦୁଇ ଦେଶ ମଧ୍ୟରେ ଅକ୍ଟୋବର ୨୧ରୁ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଏବଂ ନଭେମ୍ବର ୪,୬,୧୧ରେ ୩ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳାଯିବ।
ଗୁରୁବାରଠାରୁ ରାଜକୋଟ୍ ଟେଷ୍ଟ୍, ଆଝାରଙ୍କୁ କାଟିବେ କୋହଲି
/sambad/media/post_attachments/wp-content/uploads/2018/10/viratkohli-keyH-621x414@LiveMint.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)