ଭୁବନେଶ୍ୱର: ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ଶୁକ୍ରବାର ମ୍ୟାଚ୍ରେ ଟାଇଟାନ୍, ଚ୍ୟାଲେଞ୍ଜର୍ସ ଏବଂ ସୁପରକିଙ୍ଗ୍ସ ଦଳ ବିଜୟୀ ହୋଇଛନ୍ତିି। ପ୍ରଥମ ମ୍ୟାଚ୍ରେ ଟାଇଟନ୍ ୮ ରନ୍ରେ ରୟାଲ୍ସକୁ ପରାସ୍ତ କରିଥିଲା। ନିର୍ଧାରିତ ୮ ଓଭରରେ ଟାଇଟାନ୍ ୮୬ ରନ୍ କରିଥିଲା ବେଳେ ରୟାଲ୍ସ ୭୮ ରନ୍ କରିଥିଲା। ସୁଲେମାନ ଖାନ୍ (୪୯ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ଚ୍ୟାଲେଞ୍ଜର୍ସର ୮୯ ରନ୍ ଜବାବରେ ଟର୍ମିନେଟର ଦଳ ୮୩ ରନ୍ କରି ୬ ରନ୍ରେ ହାରିଯାଇଥିଲା। ବିଜୟୀ ଦଳର ଦିଲ୍ଲିପ ପ୍ରଧାନ (୩୩ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ତୃତୀୟ ମ୍ୟାଚ୍ରେ ସୁପରକିଙ୍ଗ୍ସ ୨୨ ରନ୍ରେ ଡେୟାର ଡେଭିଲ୍ସକୁ ମାତ୍ ଦେଇଥିଲା। ସୁପରକିଙ୍ଗସ ୮୦ ରନ୍ କରିଥିଲା ବେଳେ ଡେୟାର ଡେଭିଲ୍ସ ୫୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ଅକ୍ଷୟ ପରିଡ଼ା (୩୮ ରନ୍)ଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମ୍ୟାଚ୍ଗୁଡ଼ିକୁ ପ୍ର୍ରହଲାଦ ଏବଂ ହରେକୃଷ୍ଣ ପରିଚାଳନା କରିଥିଲେ।
ଟେକ୍ସଟାଇଲ୍ କପ୍: ଟାଇଟାନ୍, ଚ୍ୟାଲେଞ୍ଜର୍ସ, ସୁପରକିଙ୍ଗ୍ସ ବିଜୟୀ
/sambad/media/post_attachments/wp-content/uploads/2018/02/award-cup-500x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)