ଭୁବନେଶ୍ୱର: ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ଶନିବାର ମ୍ୟାଚ୍ରେ ଡେୟାରଡେଭିଲ୍ସ, ନାଇଟ୍ ରାଇଡର୍ସ ଏବଂ ଷ୍ଟ୍ରାଇକର୍ ବିଜୟୀ ହୋଇଛନ୍ତିି। ପ୍ରଥମ ମ୍ୟାଚ୍ରେ ଚ୍ୟାଲେଞ୍ଜର୍ସ (୮ ଓଭରରେ ୬୪)କୁ ଡେୟାରଡେଭିଲ୍ସ (୭ ଓଭରରେ ୬୫) ପରାସ୍ତ କରିଥିଲା। ବିଜୟୀ ଦଳର ଦେବ ପ୍ରସାଦ ପତି (୪୭ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ନାଇଟ୍ ରାଉଡର୍ସ ଦଳ (୮ ଓଭରରେ ୬୬) ସୁପର କିଙ୍ଗ୍ସ (୮ ଓଭରରେ ୬୪)କୁ ପରାସ୍ତ କରିଥିଲା। ବିଜୟୀ ଦଳର ଦିଲିପ କୁମାର ନାୟକ (୨୬ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିପରି ତୃତୀୟ ମ୍ୟାଚ୍ରେ ଟର୍ମିନେଟର୍ (୮ ଓଭରରେ ୭୫)କୁ ଷ୍ଟ୍ରାଇକର୍ସ (୬.୪ ସଭରରେ ୭୬) ପରାସ୍ତ କରିଥିଲା। ବିଜୟୀ ଦଳର ରାକେଶ ପଣ୍ଡା (୪୫ ରନ୍) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ। ଅମିତାଭ ସ୍ୱାଇଁ, ପ୍ର୍ରହଲ୍ଲାଦ ପ୍ରଧାନ ଓ ସ୍ୱସ୍ତିକ ମଲ୍ଲିକ ମ୍ୟାଚ୍ଗୁଡ଼ିକୁ ପରିଚାଳନା କରିଥିଲେ।
ଟେକ୍ସଟାଇଲ୍ କପ୍: ଟାଇଟାନ୍, ଚାଲେଞ୍ଜର୍ସ, ସୁପରକିଙ୍ଗ୍ ବିଜୟୀ
/sambad/media/post_attachments/wp-content/uploads/2018/02/textile-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)