ଭୁବନେଶ୍ୱର: ଟେକ୍ସଟାଇଲ୍ କପ୍ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍ କପ୍ କ୍ରିକେଟ୍ ପ୍ରତିଯୋଗିତାର ବୁଧବାର ସୁପର କିଙ୍ଗ୍, ନାଇଟ୍ ରାଇଡର ଏବଂ ରୟାଲ୍ସ ଦଳ ବିଜୟୀ ହୋଇଛନ୍ତିି। ପ୍ରଥମ ମ୍ୟାଚ୍ରେ ସୁପରକିଙ୍ଗ୍ ୪ ରନ୍ରେ ରୟାଲ୍ସକୁ ପରାସ୍ତ କରିଥିଲା। ସୁପରକିଙ୍ଗ୍ ୬୯ ରନ୍ର ଜବାବରେ ରାୟଲ୍ସ ୬୫ ରନ୍ କରିଥିଲା। ଜଜ୍ ଦେବୀଦତ୍ତ ଦାସ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍ରେ ଟର୍ମିନେଟରର ୫୬ ରନ୍ ଜବାବରେ ନାଇଟ୍ ରାଇଡର ୪.୩ ଓଭରରେ ମ୍ୟାଚ୍ ଜିତି ନେଇଥିଲା। ବିଶ୍ୱରଂଜନ ପରିଡ଼ାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତୃତୀୟ ମ୍ୟାଚ୍ରେ ଟାଇଟାନ୍ର ୧୩୧ ରନ୍ ଜବାବରେ ଷ୍ଟ୍ରାଇକର୍ସ ୬୫ ରନ୍ କରି ୬୬ ରନ୍ରେ ବିଜୟୀ ହୋଇଥିଲା। ସୁଲେମାନ ଖାନ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମ୍ୟାଚ୍ଗୁଡ଼ିକୁ ଅଭିତାଭ ସ୍ୱାଇଁ, ହରେକୃଷ୍ଣ ରାଓ ଓ ବିବେକାନନ୍ଦ ସାହୁ ପରିଚାଳନା କରିଥିଲେ।
ଟେକ୍ସଟାଇଲ୍ କପ୍: ସୁପର କିଙ୍ଗ୍, ନାଇଟ୍ ରାଇଡର, ଟାଇଟାନ୍ ବିଜୟୀ
/sambad/media/post_attachments/wp-content/uploads/2018/02/award-cup-500x500.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)