ଟେକ୍ସଟାଇଲ୍‌ କପ୍‌: ନାଇଟ୍‌ ରାଇଡର୍ସ, ଓ୍ଵାରିୟର୍ସ, ଡେୟାର ଡେଭିଲ୍ସ ବିଜୟୀ

ଭୁବନେଶ୍ୱର: ଟେକ୍ସଟାଇଲ୍‌ କପ୍‌ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ, ଓ୍ଵାରିୟର୍ସ ଏବଂ ଡେୟାର ଡେଭିଲ୍ସ ଦଳ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ନାଇଟ୍‌ ରାଇଡର୍ସ ୩୨ ରନ୍‌ରେ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରିଥିଲା। ନିର୍ଧାରିତ ୮ ଓଭରରେ ନାଇଟ୍‌ ରାଇଡର୍ସ ୭୫ ରନ୍‌ କରିଥିଲା। ଜବାବରେ ଚ୍ୟାଲେଞ୍ଜର୍ସ ୭.୨ ଓଭରରେ ୪୩ ରନ୍‌ କରିପାରିଥିଲା। ହେମନ୍ତ କୁମାର ସ୍ୱାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ସୁପରଷ୍ଟାରର ୫୬ ରନ୍‌ ଜବାବରେ ଓ୍ଵାରିୟର୍ସ ୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ବିଜୟୀ ଦଳର ସୌମ୍ୟ ସାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ ସେକ୍ରେଟାରିଏଟ୍‌ ରୟାଲ୍‌ସ ୬୮ ରନ୍‌ କରିବା ପରେ ଡେୟାର ଡେଭିଲ୍ସ ୫.୩ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ପ୍ରସାଦ ପତିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ମ୍ୟାଚ୍‌ଗୁଡ଼ିକୁ ପ୍ର୍ରହଲାଦ, ହରେକୃଷ୍ଣ ଏବଂ ଅମିତାଭ ସ୍ୱାଇଁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର