ଟେକ୍ସଟାଇଲ୍‌ କପ୍‌ ଫାଇନାଲ୍‌ରେ ସୁପର କିଙ୍ଗ୍‌

ଭୁବନେଶ୍ୱର: ଟେକ୍ସଟାଇଲ୍‌ କପ୍‌ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ସୁପର କିଙ୍ଗ୍‌ ପ୍ରବେଶ କରିଛି। ମଙ୍ଗଳବାର ପ୍ରଥମ କ୍ୱାଲିଫାୟରରେ ସୁପର କିଙ୍ଗ୍‌ ୩୫ ରନ୍‌ରେ ନାଇଟ୍‌ ରାଇଡର୍ସକୁ ହରାଇଥିଲା। ସୁପର କିଙ୍ଗ୍‌ର ୧୦୨ ରନ୍‌ ଜବାବରେ ନାଇଟ୍‌ ରଇଡର୍ସ ୬୭ ରନ୍‌ କରିଥିଲା। ଜର୍ଜ ଦେବୀଦତ୍ତ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଲିମିନେଟରରେ ଓ୍ଵାରିୟର୍ସ ୪୭ ରନ୍‌ ଜବାବରେ ଡେୟାର ଡେଭିଲ ୫.୫ ଓଭରରେ ମ୍ୟାଚ୍‌ ଜିତି ଦ୍ୱିତୀୟ କ୍ୱାଲିଫୟାର ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଶିବ ପ୍ରସାଦ ହରିଚନ୍ଦନ ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମହିଳାରେ ବିନ୍ଦାସ୍‌ ଓ୍ଵାରିୟର ନିର୍ଧାରିତ ୬ ଓଭରରେ ୬୭ ରନ୍‌ କରିଥିଲା। ଜବାବରେ ସୁପର ଟାଇଟାନ୍‌ ୫.୨ ଓଭରରେ ମ୍ୟାଚ୍‌ ଜିତି ନେଇଥଲା। ମଧୁସ୍ମିତା ଜେନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ହରେକୃଷ୍ଣ ରାଓ, ଅମିତାଭ ସ୍ୱାଇଁ ଓ ରାଧାଶ୍ୟାମ ମିଶ୍ର ମ୍ୟାଚ୍‌ଗୁଡ଼ିକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର