ଟେକ୍ସଟାଇଲ୍‌ କପ୍‌ :ନାଇଟ୍‌ ରାଇଡର୍ସ, ରୟାଲ୍ସ, ଓ୍ଵାରିୟର ବିଜୟୀ

ଭୁବନେଶ୍ୱର: ଟେକ୍ସଟାଇଲ୍‌ କପ୍‌ କମିଟି ଆନୁକୂଲ୍ୟରେ ଆୟୋଜିତ ମା’ ମସଲା ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ନାଇଟ୍‌ ରାଇଡର୍ସ, ରୟାଲ୍ସ ଏବଂ ଓ୍ଵାରିୟର ଦଳ ବିଜୟୀ ହୋଇଛନ୍ତିି। ପ୍ରଥମ ମ୍ୟାଚ୍‌ରେ ନାଇଟ ରାଇଡର୍ସ ୧୨ ରନ୍‌ରେ ସୁପରଷ୍ଟାରକୁ ପରାସ୍ତ କରିଥିଲା ନାଇଟ୍‌ ରାଇଡର୍ସର ୮୪ ରନ୍‌ ଜବାବରେ ସୁପରଷ୍ଟାର ୭୨ ରନ୍‌ କରିଥିଲା। ମନୋଜ ପୁହାଣ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ରୟାଲ୍ସର ୬୯ ରନ୍‌ ଜବାବରେ ଟର୍ମିନେଟର ୪୪ ରନ୍‌ କରି ୨୩ ରନ୍‌ରେ ପରାଜୟ ବରଣ କରିଥିଲା। ନୀଳମାଧବ ପରିଡ଼ାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ତୃତୀୟ ମ୍ୟାଚ୍‌ରେ ଚାଲେଞ୍ଜର୍ସର ୭୧ ରନ୍‌ ଜବାବରେ ଓ୍ଵାରିୟର ୭.୧ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ସୌମ୍ୟରଂଜନ ସାମଲ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ମ୍ୟାଚ୍‌ଗୁଡ଼ିକୁ ହରେକୃଷ୍ଣ ରାଓ, ଅମିତାଭ ସ୍ୱାଇଁ ଓ ରାକେଶ ସାହୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର