ଟେକ୍ସଟାଇଲ୍‌ କପ୍‌: ଚ୍ୟାଲେଞ୍ଜର, ଟାଇଟାନ୍‌ ବିଜୟୀ

ଭୁବନେଶ୍ୱର: ଟେକ୍ସଟାଇଲ୍‌ କପ୍‌ କମିଟି ଆନୁକୂଲ୍ୟରେ ମା’ ମସଲା ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ସୋମବାର ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ମୁକାବିଲାରେ ପୁରୁଷରେ ଚ୍ୟାଲେଞ୍ଜର ଏବଂ ମହିଳାରେ ସୁପର ଟାଇଟାନ୍‌ ବିଜୟୀ ହୋଇଛି। ପ୍ରଥମ ମ୍ୟାଚ୍‌ରେ ଷ୍ଟ୍ରଇକର ଦଳ ୮ ଓଭରରେ ୭୧ ରନ୍‌ କରିଥିଲା। ଜବାବରେ ଚ୍ୟାଲେଞ୍ଜର ୭.୩ ଓଭରରେ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଥିଲା। ଚ୍ୟାଲେଞ୍ଜର୍ସର ଅମରେସ (୫୫ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ସେହଭଳି ପ୍ରଥମ କରି ଆୟୋଜିତ ମହିଳା ମ୍ୟାଚ୍‌ରେ ଟାଇଟାନ୍‌ ଦଳ ୫୭ ରନ୍‌ରେ ବିନ୍ଦାସ୍‌ ଓ୍ଵାରିୟର୍ସକୁ ପରାସ୍ତ କରିଥିଲା। ନିର୍ଧାରିତ ୬ ଓଭରରେ ଟାଇଟାନ୍‌ ୧୦୧ ରନ୍‌ କରିଥିଲା ବେଳେ ଓ୍ଵାରିୟର୍ସ ଦଳ ୪୪ ରନ୍‌ କରିପାରିଥିଲା। ଟାଇଟାନ୍‌ର ସ୍ନେହାସ୍ମିତା (୪୦ ରନ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଉଦ୍‌ଘାଟନୀ ଦିବସରେ ପିପୁଲ ଫୋରମର ସମ୍ପାଦକ ଗୋବିନ୍ଦ ପଟ୍ଟନାୟକ, ମାନବ ଅଧିକାର ସୁରକ୍ଷା ଅଧ୍ୟକ୍ଷା ଇନ୍ଦିରା ଦାଶ, ରାଜ୍ୟ ନାଗରିକ ସମାଜ ଆବାହକ ପ୍ରକାଶ ରଥ, ସଚିବାଳୟ ସେବା ସଂଘର ସାଧାରଣ ସମ୍ପାଦକ ବିବେକାନନ୍ଦ ସାମଲ, ଓଡ଼ିଶା ସଚିବାଳୟ କର୍ମଚାରୀ ଦୌଡ଼କୁଦ ସଂଘର ସାଧାରଣ ସମ୍ପାଦକ ହର ପ୍ରସାଦ ବିଶ୍ୱାଳ ଏବଂ ଜ୍ୟୋତି ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର