ଟେକ୍ସଟାଇଲ୍‌ କପ୍‌: ଟର୍ମିନେଟର, ସୁପର କିଙ୍ଗ୍‌, ରୟାଲ୍ସ ବିଜୟୀ

ଭୁବନେଶ୍ୱର: ତୃତୀୟ ଟେକ୍ସଟାଇଲ୍‌ କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ଟର୍ମିନେଟର, ସୁପର କିଙ୍ଗ୍‌ ଏବଂ ରୟାଲ୍ସ ଦଳ ବିଜୟୀ ହୋଇଛନ୍ତିି। ଟାଇଟାନ୍‌ର ୬୧ ରନ୍‌ ଜବାବରେ ଟର୍ମିନେଟର ୭.୧ ଓଭରରେ ମ୍ୟାଚ୍‌ ଜିତି ନେଇଥିଲା। ଛୋଟରାୟ ମୁର୍ମୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସୁପର କିଙ୍ଗ୍‌ (୭୮ ରନ୍‌) ୧୫ ରନ୍‌ରେ ଷ୍ଟ୍ରାଇକର୍ସ (୬୩ ରନ୍‌)କୁ ପରାସ୍ତ କରିଥିଲା। ଜର୍ଜ ଦେବୀଦତ୍ତ ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ରୟାଲ୍ସ ୮୩ ରନ୍‌ କରିଥିଲା ବେଳେ ସୁପରଷ୍ଟାର ୮୦ ରନ୍‌ କରି ହାରିଯାଇଥିଲା। ନୀଳମାଧବ ପରିଡ଼ାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର