ଭୁବନେଶ୍ୱର: ଥାଇଲାଣ୍ଡର ବ୍ୟାଙ୍କକ୍ରେ ଚାଲିଥିବା ବିଶ୍ୱ ମାନ୍ୟତା ଜୁ ଜିତ୍ସୁ ପ୍ରତିଯୋଗିତାରେ ଓଡ଼ିଶାର ଅନୁପମା ସ୍ୱାଇଁ କଣ୍ଟାକ୍ଟ (ଫ୍ରି ଫାଇଟିଂ) ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମହିଳା ୪୯ କିଲୋଗ୍ରାମ ବର୍ଗରେ ଥାଇଲାଣ୍ଡ ପ୍ରତିଯୋଗୀଙ୍କୁ ନକଆଉଟ୍ କରି ସେ ସ୍ୱଣ୍ଣ ପଦକ କବଜା କରି ନେଇଥିଲେ। ଗତକାଲି ଫାଇଟିଂ ବର୍ଗରେ ଅନୁପମା କାଂସ୍ୟ ପଦକ ପାଇଥିଲେ। ଓଡ଼ିଶା ପୁଲିସରେ କାର୍ଯ୍ୟରତ ଅନୁପମା ଗତ ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଅନ୍ୟତମ ଓଡ଼ିଶା ତାରକା ପ୍ରିୟଦର୍ଶିନୀ ଘଟୁଆରି ପଦକରୁ ବଞ୍ଚିତ ହୋଇଛନ୍ତି। ଭାରତୀୟ ଜୁ ଜିତସୁ ସଂଘର ସଭାପତି ସୁରେଶ ଗୋପୀ ଅନୁପମାଙ୍କ ପ୍ରଦର୍ଶନରେ ଆନନ୍ଦ ପ୍ରକଟ କରିବା ସହ ତାଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ରାଜ୍ୟ ଜୁ ଜିତସୁ ସଂଘ, ଉତ୍କଳ କରାଟେ ସ୍କୁଲ୍ ଏବଂ ଡାନିଏଲ୍ ଜେମ୍ସ ଅନୁପମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ମାସରେ ଅନୁପମା ଶକ୍ତି ଉତ୍ତୋଳନର ବରିଷ୍ଠ ବର୍ଗରେ ଏସୀୟ ସ୍ୱର୍ଣ୍ଣ ହାସଲ କରିଥିଲେ।
ଥାଇଲାଣ୍ଡ ଓପନ୍ ଜୁ ଜିତ୍ସୁରେ ଅନୁପମାଙ୍କୁ ସ୍ୱର୍ଣ୍ଣ
/sambad/media/post_attachments/wp-content/uploads/2018/06/ju-jitsu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)