ଭୁବନେଶ୍ୱର: ଜୁଲାଇ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଥାଇଲାଣ୍ଡର ହୁଆମାର୍କ ଇନ୍ଡୋର ଷ୍ଟାଡିୟମରେ ଆୟୋଜିତ ଥାଇଲାଣ୍ଡ ଅନ୍ତର୍ଜାତୀୟ ଓପନ କରାଟେ ପ୍ରତିଯୋଗିତା ଲାଗି ଓଡ଼ିଶାରୁ ଦୁଇଜଣ ପ୍ରତିଯୋଗୀ ଜିତେନ୍ଦ୍ର କୁମାର ରାଉତ ଏବଂ ଅବିନାଶ ଦାସ ମନୋନୀତ ହୋଇଛନ୍ତି। ଉଭୟ ୭୯ ଜଣିଆ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଜିତେନ୍ଦ୍ର ୭୫ କିଲୋଗ୍ରାମରୁ କମ୍ ଏବଂ ଅବିନାଶ ୯୦ କିଲୋଗ୍ରାମ ବ୍ୟକ୍ତିଗତ କୁମିତେରେ ଅଂଶ ଗ୍ରହଣ କରି ପଦକ ଜିତିବାକୁ ଚେଷ୍ଟା କରିବେ। ଉଭୟ ହିମାଚଳପ୍ରଦେଶରେ ଆୟୋଜିତ ସପ୍ତମ ଏସ୍ସିକେଏଫଆଇ ଜାତୀୟ କରାଟେ ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଜିତେନ୍ଦ୍ର ଏବଂ ଅବିନାଶ ଜୁଳାଇ ୧୬ ତାରିଖରେ କୋଲକାତା ଦେଇ ଥାଇଲାଣ୍ଡ ଯିବେ। ଏଥିଲାଗି ଉଭୟଙ୍କୁ ଲକ୍ଷାଧିକ ଟଙ୍କାର ଦରକାର ରହିଛି। ହେଲେ ଏହି ଅର୍ଥ ଯୋଗାଡ଼ କରିବା ସେମାନଙ୍କ ପାଇଁ କାଠିକାର ପାଠ ହେଉଛି। ସେଥିପାଇଁ ସରକାରୀ ଏବଂ ବେସରକାରୀ ସ୍ତରରୁ ସାହାଯ୍ୟ ଅନୁରୋଧ କରିଛନ୍ତି ବିସିଏ ଶେଷ କରି ଏମସିଏ ପାଇଁ ପ୍ରସ୍ତୁତ ହେଉଥିବା ଜିତେନ୍ଦ୍ର ଏବଂ ଖୋର୍ଧାର ପିଏନ୍ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଅବିନାଶ।
ଥାଇଲାଣ୍ଡ ଓପନ୍ କରାଟେ ଲାଗି ଜିତେନ୍ଦ୍ର, ଅବିନାଶଙ୍କ ଯୋଗ୍ୟତା
/sambad/media/post_attachments/wp-content/uploads/2018/07/karate-abinash-and-jitendra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)