ଶ୍ରୀଲଙ୍କା ଦଳରେ ଥିରିମାନେ, ସିରିବର୍ଧନେ, ବନ୍ଦରସେ

କଲମ୍ବୋ: ୨୦୧୭ରୁ ଦିନିକିଆ କିକେଟ୍‌ ଖେଳିନଥିବା ବ୍ୟାଟ୍ସମ୍ୟାନ୍‌ ଲାହିରୁ ଥିରିମାନେ, ସ୍ପିନ୍‌ ବୋଲିଂ ଅଲ୍‌ରାଉଣ୍ଡର ମିଲିନ୍ଦା ସିରିବର୍ଧନେ ଓ ଜୀବନ ମେଣ୍ଡିସ ଏବଂ ଲେଗ୍‌ସ୍ପିନର ଜେଫରି ବନ୍ଦରସେଙ୍କୁ ଶ୍ରୀଲଙ୍କା ବିଶ୍ବକପ୍‌ ଦଳରେ ସ୍ଥାନ ମିଳିଛି। ବୁଧବାର ଅଭିଜ୍ଞ ଟେଷ୍ଟ୍‌ ଖେଳାଳି କରୁଣାରତ୍ନେଙ୍କୁ ଅଧିନାୟକ ମନୋନୀତ କରିବା ପରେ ଗୁରୁବାର ୧୫ ଜଣିଆ ଦଳ ଘୋଷିତ ହୋଇଛି। ଏହି ଦଳରେ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ନିରୋସାନ ଡିକ୍‌‌ୱେଲା, ଅଫ୍‌ସ୍ପିନର ଅକିଲ ଧନଞ୍ଜୟ, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଦନୁସ୍କା ଗୁଣତିଲକ ଏବଂ ଉପୁଲ ତରଙ୍ଗାଙ୍କ ସହ ଗତ ଅକ୍ଟୋବରରୁ ଦିନିକିଆ ଦଳର ଅଧିନାୟକ ରହିଥିବା ଦୀନେଶ ଚାନ୍ଦିମାଳଙ୍କୁ ବି ସ୍ଥାନ ମିଳିନି। ତେବେ ଗତ ମାସରେ ଦକ୍ଷିଣ ଆଫ୍ରିକା ଗସ୍ତ କରିଥିବା ୨୧ ବର୍ଷୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ଅଭିସ୍କା ଫର୍ନାଣ୍ଡୋ ଏବଂ ଆହତ ନୂୱାନ୍‌ ପ୍ରଦୀପ ଦଳରେ ନିଜ ପାଇ ସ୍ଥାନ ସୁରକ୍ଷିତ ରଖିଛନ୍ତି। ୧୫ ଜଣିଆ ଦଳରେ କସୁନ ରଜିତା ଜାଗା ପାଇନଥିଲେ ମଧ୍ୟ ସେ ଅଲ୍‌ରାଉଣ୍ଡର ୱାନିନ୍ଦୁ ହସରଙ୍ଗା, ବ୍ୟାଟ୍ସମ୍ୟାନ୍‌ ଓସାଦା ଫର୍ନାଣ୍ଡୋ ଓ ଆଞ୍ଜେଲୋ ପେରେରାଙ୍କ ସହ ଷ୍ଟାଣ୍ଡ୍‌ ବାଇ ରହିଛନ୍ତି।

ଦଳ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲସିତ ମାଲିଙ୍ଗା, ଆଞ୍ଜେଲୋ ମାଥ୍ୟୁସ, ଥିସାରା ପେରେରା, କୁସାଲ ପେରେରା, ଧନଞ୍ଜୟ ଡି’ସିଲ୍‌ଭା, କୁସାଲ ମେଣ୍ଡିସ, ଇସୁରୁ ଉଡାନା, ମିଲିନ୍ଦା ସିରିବର୍ଧନେ, ଅଭିସ୍କା ଫର୍ନାଣ୍ଡୋ, ଜୀବନ ମେଣ୍ଡିସ, ଲାହିରୁ ଥିରିମାନେ, ଜେଫ‌ରି ବନ୍ଦରସେ, ନୂୱାନ୍‌ ପ୍ରଦୀପ, ସୁରଙ୍ଗା ଲାକମଲ।

ସମ୍ବନ୍ଧିତ ଖବର