ସେହି ବର୍ଷ; ଏହି ତାରିଖ, ହାର୍ଦିକ ପାଣ୍ଡ୍ୟା ଜମାଇଥିଲେ ପ୍ରଥମ ଶତକ

ନୂଆଦିଲ୍ଲୀ: ଆଜକୁ ଠିକ୍‌ ୭ ବର୍ଷ ତଳେ ଭାରତୀୟ ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା କ୍ରିକେଟ୍‌ର ଲମ୍ବା ଫର୍ମାଟ୍‌ରେ ତାଙ୍କର ପ୍ରଥମ ଶତକ ଜମାଇଥିଲେ। ୨୦୧୭ ମସିହା ଅଗଷ୍ଟ ୧୩ ତାରିଖରେ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଅନ୍ତିମ ଟେଷ୍ଟ୍‌ରେ ପାଣ୍ଡ୍ୟା ଏହି ସଫଳତା ହାତେଇଥିଲେ। ପାଲେକଲ୍‌ ଇଣ୍ଟରନ୍ୟାସ୍‌ନାଲ କ୍ରିକେଟ୍‌ ପଡ଼ିଆରେ ଖେଳାଯାଇଥିବା ଏହି ଟେଷ୍ଟ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପଆରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ଥ ଶିଖର ଧାୱନ୍‌ ଏବଂ କେଏଲ୍‌ ରାହୁଲଙ୍କ ୧୮୮ ରନ୍‌ର ପ୍ରଥମ ୱିକେଟ୍‌ ଭାଗୀଦାରି ବଳରେ ସ୍ଥିତି ଦୃଢ଼ କରିଥିଲା। ଧାୱନ୍‌ ୧୧୯ ଓ ରାହୁଲ ୮୫ ରନ୍‌ କରିଥିଲେ। ହେଲେ ପରେ ବିପର୍ଯ୍ୟୟର ସାମ୍‌ନା କରିଥିବା ଭାରତ ୨୯୬/୫ରେ ଥିଲା ବେଳେ ମଧ୍ୟକ୍ରମରେ ବ୍ୟାଟିଂ ପାଇଁ ଆସିଥିଲେ ପାଣ୍ଡ୍ୟା।

ଆଉ ସେହିଠାରୁ ହିଁ ପାଣ୍ଡ୍ୟା ପରାକ୍ରମ ଦେଖାଇଥିଲେ। ସେ ୮ ଚୌକା ଓ ୭ ଛକା ମାରି ନିଜର ପ୍ରଥମ ଟେ‌ଷ୍ଟ ଶତକ ପୂରଣ କରିଥିଲେ। ତାଙ୍କ ପାଳି ବଳରେ ଭାରତ ୪୮୭ ରନ୍‌ କରିଥିଲା। ପରେ କୁଲ୍‌ଦୀପ ଯାଦବଙ୍କ ୪ ୱିକେଟ୍‌ ଅକ୍ତିଆର ଯୋଗୁଁ ଶ୍ରୀଲଙ୍କା ପ୍ରଥମ ପାଳିକୁ ୧୩୫ ରନ୍‌ରେ ଅଟକାଇ ଦେଇଥିଲା ଭାରତ। ଶ୍ରୀଲଙ୍କାକୁ ଫଲୋଅନ୍‌ ଦେବା ପରେ ଦ୍ବିତୀୟ ପାଳିକୁ ୧୮୧ ରନ୍‌ରେ ସୀମିତ ରଖିଥିଲି। ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ଏହି ପାଳିରେ ୪ ୱିକେଟ୍‌ ଦଖଲ କରିଥିଲେ। ଫଳରେ ବିରାଟ କୋହଲିଙ୍କ ଦଳ ପାଳି ଓ ୧୭୧ ରନ୍‌ରେ ଟେଷ୍ଟ୍‌କୁ ଜିତି ନେଇଥିଲା। ପାଣ୍ଡ୍ୟାଙ୍କ ପ୍ରଥମ ଶତକ ସ୍ମରଣୀୟ ହୋଇଯାଇଥିଲା। ୨୬ ବର୍ଷ ବୟସ୍କ ହାର୍ଦିକ୍‌ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଭାରତ ପକ୍ଷରୁ ୧୧ ଟେ‌ଷ୍ଟ, ୫୪ ଦିନିକିଆ ଏବଂ ୪୦ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ମୋଟ ୧୭୯୯ ରନ୍‌ କରିଛନ୍ତି। ସେ ମଧ୍ୟ ୧୦୯ ୱିକେଟ୍‌ କରାୟତ୍ତ କରିସାରିଛନ୍ତି।

ସମ୍ବନ୍ଧିତ ଖବର