୧୩ ଘଣ୍ଟାରେ ପାକ୍ ‌ଷ୍ଟ୍ରେଟ୍‌ ପହଁରିଲେ ୧୩ ବର୍ଷୀୟ ବାଳିକା

ନୂଆଦିଲ୍ଲୀ: ବୟସ ୧୩ ବର୍ଷ ୧୦ ମାସ। ଆଉ ପରିଚିତ ପାକ୍‌ ଷ୍ଟ୍ରେଟ୍‌ ପହଁରିବାକୁ ନେଲେ ୧୩ ଘଣ୍ଟା ୧୦ ମିନିଟ୍‌। ଶ୍ରୀଲଙ୍କାର ତାଲାଇମାନରଠୁ ତାମିଲନାଡୁର ଧନୁସ‌କୋଡ଼ିଯାଏ ୨୯ କିଲୋମିଟର୍‌ ବ୍ୟାପୀ ଜଳପଥକୁ ସଫଳତାର ସହ ପହଁରି ଆଶ୍ଚର୍ଯ୍ୟ ଚକିତ କରିଛନ୍ତି ଏହି ଅଟିଷ୍ଟିକ୍‌ ବାଳିକା ଜିୟା ରାଏ।

ଭାରତୀୟ ନୌସେନାରେ ଚାଳକ ଥିବା ମଦନ ରାଏଙ୍କ ଏହି ପୀଡ଼ୀତା କନ୍ୟା ଏହି ଅବସରରେ ସର୍ବକନିଷ୍ଠା ଓ ଦ୍ରୁତତମ ମହିଳା ଭାବେ କୀର୍ତ୍ତିମାନ କରିଛନ୍ତି। ଦୀର୍ଘ ୩୪ ବର୍ଷ ଧରି ବୁଲା ଚୌଧୁରୀଙ୍କ ନାମରେ ଥିବା କୀର୍ତ୍ତିମାନ (୧୩ ଘଣ୍ଟା ୫୨ ମିନିଟ୍‌, ୨୦୦୪)କୁ ଜିୟା ଅତିକ୍ରମ କରିଥିଲେ। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା କାରଣରୁ ଶନିବାର ଘଣ୍ଟାପ୍ରତି ୪୯ କିଲୋମିଟର୍‌ ବେଗରେ ପବନ ବହୁଥିଲେ ମଧ୍ୟ ଜିୟା ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ଅତିକ୍ରମ କରିଥିଲେ। ଜାନୁଆରିରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାର ପାଇଥିବା ଜିୟା ତାଙ୍କ ଜୀବନରେ ଅଲିମ୍ପିକ୍ସରେ ଭାଗ ନେବା ସହ ସର୍ବକନିଷ୍ଠା ଭାବେ ୭ ମହାସାଗର ଅତିକ୍ରମ କରିବାର ଲକ୍ଷ୍ୟ ରଖିଛନ୍ତି। ମୁମ୍ବାଇର ଜିୟା ଗତ ୩ ବର୍ଷ ଭିତରେ ଜାତୀୟ ସ୍ତରରେ ୨୪ ସନ୍ତରଣ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସମ୍ବନ୍ଧିତ ଖବର