ଜାତୀୟ ବରିଷ୍ଠ ମହିଳା ହକି ଲାଗି ୧୮ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ବର: ମଧ୍ୟପ୍ରଦେଶର ଭୋପାଳଠାରେ ଚଳିତ ମାସ ୬ରୁ ୧୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ହକି ଇଣ୍ଡିଆ ଜାତୀୟ ବରିଷ୍ଠ ମହିଳା ହକି ପ୍ରତିଯୋଗିତା ଲାଗି ୧୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି। ଅସ୍ମିତା ବାର୍ଲା ଅଧିନାୟିକା ନିଯୁକ୍ତ ହୋଇଥିଲା ବେଳେ ରୋଜିତା କୁଜୁର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି। ସେହିଭଳି ଏଡଗାର ମାସ୍କେରେନହାସ ପ୍ରଶିକ୍ଷକ, ଲୁସିଲା ଏକ୍କା ପ୍ରବନ୍ଧକ, ଶୋଭେନ୍ କୁମାର ଫିଜିଓ ତଥା ସହକାରୀ ପ୍ରବନ୍ଧକ ଏବଂ ଭୂମିକା ଫିଟନେସ୍ ଟ୍ରେନର ଦାୟିତ୍ବରେ ରହିଛନ୍ତି। ପୁଲ୍-ଏଚ୍‌’ରେ ସ୍ଥାନ ପାଇଥିବା ଓଡ଼ିଶା ଶୁକ୍ରବାର ତେଲେଙ୍ଗାନା ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ।

ଓଡ଼ିଶା ଦଳ: ଖୁସବୁ କୁଜୁର, ଦୀପ୍ତି ଲାକ୍ରା, ଅସ୍ମିତା ବାର୍ଲା (ଅଧିନାୟିକା), ଅସୀମକାଞ୍ଚନ ବାର୍ଲା, ଅସୀମା ମିଞ୍ଜ୍, ପ୍ରମିତା ବାରା, ରୋଜିତା କୁଜୁର (ଉପଅଧିନାୟିକା), ଲକ୍ଷ୍ମୀ ଏକ୍କା, ରାହିଲ ତିର୍କି, ଜାହ୍ନବୀ ପ୍ରଧାନ, ଭାରତୀ ଏକ୍କା, ଅବିନାଶୀମୁକ୍ତି ସୁରିନ, କୁମୁଦିନୀ ଲାକ୍ରା, ନେହା ଲାକ୍ରା, ସୁନିତା ଲାକ୍ରା, ଲିଲିମା ମିଞ୍ଜ୍, ପୁନମ ବାର୍ଲା, ପ୍ରେମାଞ୍ଜଳି ଟପ୍ପୋ।

ସମ୍ବନ୍ଧିତ ଖବର