ଲଣ୍ଡନ: ପୂର୍ବତନ ଇଂଲଣ୍ଡ ଫୁଟ୍ବଲର୍ ଜିମ୍ମି ଗ୍ରିଭ୍ସ ୮୧ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ଏନେଇ ରବିବାର ତାଙ୍କ ପ୍ରିମିୟର ଲିଗ୍ କ୍ଲବ୍ ଟଟେନ୍ହାମ୍ ହଟ୍ସ୍ପର ସୂଚନା ଦେଇଛି। ୬ ବର୍ଷ ତଳେ ହୃଦ୍ଘାତର ଶିକାର ହୋଇଥିବା ଗ୍ରିଭ୍ସ ଚେଲ୍ସି ପକ୍ଷରୁ କ୍ୟାରିୟର ଆରମ୍ଭ କରିଥିଲେ। ୧୯୫୭ରୁ ୧୯୬୧ ମଧ୍ୟରେ ସେ ସେହି ଲଣ୍ଡନ କ୍ଲବ୍ ପକ୍ଷରୁ ୧୨୪ ଗୋଲ୍ କରିଥିଲେ। ଏହାପରେ ୧୯୬୧ରୁ ୧୯୭୦ ପର୍ଯ୍ୟନ୍ତ ଟଟେନ୍ହାମ୍ ପାଇଁ ଖେଳିଥିଲେ। ସେ ୩୭୯ ମ୍ୟାଚ୍ ଖେଳି ୨୬୬ ଗୋଲ୍ କରିଥିଲେ ଯାହାକି ଏବେ ବି ଏକ କୀର୍ତ୍ତିମାନ ହୋଇ ରହିଯାଇଛି। ଗ୍ରିଭ୍ସ ମଧ୍ୟ ୧୯୬୬ ବିଶ୍ବକପ୍ ବିଜେତା ଇଂଲଣ୍ଡ ଦଳର ସଦସ୍ୟ ରହିଥିଲେ। ସେ ଇଂଲଣ୍ଡ ପକ୍ଷରୁ ୫୭ ଆନ୍ତର୍ଜାତିକ ମ୍ୟାଚ୍ ଖେଳି ୪୪ ଗୋଲ୍ ନିଜ ନାମରେ ରଖିଛନ୍ତି।
ପୂର୍ବତନ ଇଂଲିସ୍ ଫୁଟ୍ବଲର୍ ଗ୍ରିଭ୍ସଙ୍କ ପରଲୋକ
/sambad/media/post_attachments/wp-content/uploads/2021/09/4ag465dag23g1da231gd213gdgggddggda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)