କଲମ୍ବୋ : ଶୁକ୍ରବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ୫ ଜଣ ଭାରତୀୟ ଖେଳାଳି ପଦାର୍ପଣ କରିଥିଲେ। ଦଳ ଆଗୁଆ ଶୃଙ୍ଖଳା ଜିତି ସାରିଥିବାରୁ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ଦଳରେ ଏକାଧିକ ପରିବର୍ତନ କରିବାକୁ ଚାହିଁଥିଲେ। ସେହି ଦୃଷ୍ଟିରୁ ଆକ୍ରମଣାତ୍ମକ ବାମହାତୀ ବ୍ୟାଟ୍ସମ୍ୟାନ୍ ନୀତୀଶ ରାଣା, ଲେଗ୍ ସ୍ପିନର ରାହୁଲ ଚହର, ବାମହାତୀ ପେସର୍ ଚେତନ ସାକାରିୟା, ଅଫ୍ ସ୍ପିନର କ୍ରିଷ୍ଣପା ଗୌତମ ଏବଂ ୱିକେଟ୍ରକ୍ଷକ ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମ୍ସନ୍ଙ୍କୁ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ ସୁଯୋଗ ମିଳିଥିଲା। ଅବଶ୍ୟ ଏମାନଙ୍କ ମଧ୍ୟରୁ ଉଭୟ ଚହର ଓ ସାମ୍ସନ୍ ଭାରତ ପାଇଁ ଟି-୨୦ ଆନ୍ତର୍ଜାତିକ ଖେଳିସାରିଥିଲା ବେଳେ ଶୁକ୍ରବାର କଲମ୍ବୋର ଆର୍ ପ୍ରେମଦାସା ଷ୍ଟାଡିୟମ୍ରେ ସେମାନଙ୍କ ଆନ୍ତର୍ଜାତିକ ଦିନିକିଆ ଟୋପି ପାଇଥିଲେ। ଅନ୍ୟପକ୍ଷରେ ଏହି ପ୍ରେମଦାସା ଷ୍ଟାଡିୟମ୍ରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ହିଁ ୱିକେଟ୍ରକ୍ଷକ ଈଶାନ କିଶନ ଓ ମୁମ୍ବାଇର ସୂର୍ଯ୍ୟକୁମାର ଯାଦବ ଆନ୍ତର୍ଜାତିକ ଦିନିକିଆ ପଦାର୍ପଣ କରିଥିଲେ। ଗୋଟିଏ ଦିନିକିଆ ମ୍ୟାଚ୍ରେ ଏତେ ସଂଖ୍ୟକ ଖେଳାଳି (୫) ପଦାର୍ପଣ କରିବା କ୍ରିକେଟ୍ ଇତିହାସରେ ମାତ୍ର ଦ୍ବିତୀୟ ଥର ଘଟିଛି। ଏହା ପୂର୍ବରୁ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୧୯୮୦ ଡିସେମ୍ବରରେ ମେଲ୍ବର୍ନ କ୍ରିକେଟ୍ ଗ୍ରାଉଣ୍ଡରେ ସମାନ ସଂଖ୍ୟକ ୫ ଖେଳାଳିଙ୍କୁ ପଦାର୍ପଣ ସୁଯୋଗ ଦେଇଥିଲା। ସେହି ମ୍ୟାଚ୍ରେ ସ୍ପିନର ଦିଲିପ ଦୋଷୀ, କୀର୍ତି ଆଜାଦ, ପେସର୍ ରୋଜର ବିନ୍ନି, ମୁମ୍ବାଇର ଷ୍ଟାଇଲିଷ୍ଟ୍ ବ୍ୟାଟ୍ସମ୍ୟାନ୍ ସନ୍ଦୀପ ପାଟିଲ ଓ ତିରୁମଲାଇ ଶ୍ରୀନିବାସନ୍ ପଦାର୍ପଣ କରିଥିଲେ।
୩୧ ବର୍ଷ ପରେ ୫ ଭାରତୀୟଙ୍କ ପଦାର୍ପଣ
/sambad/media/post_attachments/wp-content/uploads/2021/07/India-debutant.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)