ନୂଆଦିଲ୍ଲୀ: ସମୟର ଅଭାବ ପାଇଁ ୨୦୨୧ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। ପ୍ରତି ଦୁଇ ବର୍ଷରେ ହେଉଥିବା ଏହି ପ୍ରତିଯୋଗିତାକୁ ପାକିସ୍ତାନରୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଶ୍ରୀଲଙ୍କାରେ କୋଭିଡ୍-୧୯ ସଂକ୍ରମଣ ବଢ଼ି ବଢ଼ି ଚାଲିଥିବାରୁ ଏହାକୁ ଶେଷରେ ବାତିଲ କରି ଦିଆଯାଇଥିଲା। ଏସିଆ ମହାଦେଶର ୪ଟି ଯାକ ବଡ଼ ଦଳ ଯଥା ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶର ଚଳିତବର୍ଷ ବ୍ୟସ୍ତବହୁଳ ସୂଚୀ ଥିବାରୁ ଏହି ପ୍ରତିଯୋଗିତା ପାଇଁ ସମୟ ବାହାର କରିବା ଏସୀୟ କ୍ରିକେଟ୍ ପରିଷଦ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ୨୦୨୨ରେ ପୂର୍ବରୁ ଆଉ ଏକ ଏସିଆ କପ୍ ହେବାର ଥିବାରୁ ଚଳିତବର୍ଷର ଏହି ପ୍ରତିଯୋଗିତାକୁ ୨୦୨୩କୁ ଘୁଞ୍ଚାଇ ଦିଆଯାଇଛି। ଅର୍ଥାତ୍ ୨୦୨୨ ଓ ୨୦୨୩ରେ ଲଗାତାର ଦୁଇଟି ଏସିଆ କପ୍ ଖେଳାଯିବ।
୨୦୨୩କୁ ଘୁଞ୍ଚିଲା ଏସିଆ କପ୍
/sambad/media/post_attachments/wp-content/uploads/2021/05/asia-cup.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)