ଭର୍ସ୍ତାପେନ୍‌ ଜିତିଲେ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି

ସ୍ପିଲବର୍ଗ: ରେଡ୍‌ବୁଲ୍‌ ଚାଳକ ମ୍ୟାକ୍ସ ଭର୍ସ୍ତାପେନ୍‌ ଅଷ୍ଟ୍ରିଆନ୍‌ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ଏଥିସହ ସେ ଚଳିତ ଫର୍ମୁଲା ୱାନ୍‌ ଋତୁରେ ହ୍ୟାଟ୍ରିକ୍‌ ଗ୍ରାଁପ୍ରି ମୁକୁଟ କରାୟତ୍ତ କରିଛନ୍ତି। ଏହା ପୂର୍ବରୁ ଫ୍ରାନ୍ସ ଓ ଷ୍ଟିରିଆରେ ମଧ୍ୟ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଅଷ୍ଟ୍ରିଆରେ ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ ଚାଳକ ଲୁଇସ ହାମିଲଟନ୍‌ ଚତୁର୍ଥ ସ୍ଥାନରେ ରହିଥିଲା ବେଳେ ତାଙ୍କ ଦଳୀୟ ସାଥୀ ଭାଲଟେରି ବୋଟ୍ଟାସ ଦ୍ବିତୀୟ ଏବଂ ମ୍ୟାକ୍‌ଲରେନର ଲାଣ୍ଡୋ ନୁରିସ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ବିଜୟ ସହ ଭର୍ସ୍ତାପେନ୍‌ ୧୮୨ ପଏଣ୍ଟ୍‌ ସହ ବିଶ୍ବ ଚାମ୍ପିଅନ୍‌ସିପ୍‌ ଟେବୁଲର ଶୀର୍ଷ ସ୍ଥାନକୁ ଆହୁରି ମଜବୁତ କରିଛନ୍ତି। ଦ୍ବିତୀୟ ସ୍ଥାନରେ ଥିବା ହାମିଲଟନ୍‌ ତାଙ୍କଠୁ ୩୨ ପଏଣ୍ଟ୍‌ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର