ବାରବାଟୀରେ ବିସିସିଆଇ ପ୍ରସାରଣକାରୀ ଦଳ

କଟକ: ଆସନ୍ତା ଫେବ୍ରୁଆରି ୧୫ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ େଵଷ୍ଟଇଣ୍ତିଜ ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ବିସିସିଆଇ ପ୍ରସାରଣକାରୀ ସଂସ୍ଥାର ଏକ ପ୍ରତିନିଧି ଦଳ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ପଡ଼ିଆର ଯେଉଁ ସ୍ଥାନରେ କ୍ୟାମେରା ଲାଗିବ, କଣ୍ଟ୍ରୋଲ ରୁମ୍‌, ସ୍ପାଇଡର କ୍ୟାମେରା ନିୟନ୍ତ୍ରଣ ସ୍ଥାନ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ବୁଲି ଦେଖିଥିଲେ।

ପରେ ଓସିଏ ସିଇଓ ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ଏହି ପ୍ରତିନିଧି ଦଳ ଫେରିଯାଇଛନ୍ତି। ତେବେ େଵଷ୍ଟଇଣ୍ତିଜର ଭାରତ ଗସ୍ତ ଏବେ ଅନିଶ୍ଚିତତା ମଧ୍ୟରେ ଥିଲେ ସୁଦ୍ଧା ପୂର୍ବରୁ ଧାର୍ଯ୍ୟ ଷ୍ଟାଡିୟମମାନଙ୍କର ଭିତ୍ତିଭୂମି ପରଖିବାକୁ ପ୍ରସାରଣକାରୀ ସ˚ସ୍ଥା ଉଦ୍ୟମ ଆରମ୍ଭ କରିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର