ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ ମାମଲା ୨ ସପ୍ତାହ ସ୍ଥଗିତ

ନୂଆଦିଲ୍ଲୀ: ବିସିସିଆଇ (ଭାରତୀୟ କ୍ରିକେଟ୍‌ ନିୟଂତ୍ରଣ ବୋର୍ଡ) ଦ୍ବାରା ଆଗତ ମାମଲାକୁ ଗୁରୁବାର ଉଚ୍ଚତମ ନ୍ୟାୟାଳୟ (ସୁପ୍ରିମକୋର୍ଟ) ୨ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଆମିକସ୍‌ କ୍ୟୁରି ପିଏସ୍‌ ନରସିଂମା ତାଙ୍କ ରିପୋର୍ଟ ଦାଖଲ କରିନଥିବା ଏବଂ ଏଥିପାଇଁ ଅଧିକ ସମୟ ମାଗିବା ପରେ ଉଚ୍ଚତମ ନ୍ୟାୟାଳୟ ମାମଲା ଉପରେ ସ୍ଥଗନାଦେଶ ଘୋଷଣା କରିଥିଲେ। ଜଷ୍ଟିସ୍‌ ଏଲ୍‌ ନାଗେଶ୍ବର ରାଓ ଓ ଜଷ୍ଟିସ୍‌ ଭିନିତ ସରନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ବିସିସିଆଇ ଦ୍ବାରା ଆଗତ କର୍ମକର୍ତାଙ୍କ ପାଇଁ କୁଲିଂ ଅଫ୍‌ ପିରିୟଡକୁ ରଦ୍ଦ ସଂପର୍କିତ ମାମଲାର ଶୁଣାଣି କରିବାର ଥିଲା।

ଉଚ୍ଚତମ ନ୍ୟାୟାଳୟ ଦ୍ବାରା ନିଯୁକ୍ତ ଲୋଧା କମିଟି କୌଣସି କର୍ମକର୍ତା ବିସିସିଆଇ ହେଉ ବା ରାଜ୍ୟସ୍ତରରେ ୬ ବର୍ଷ ଧରି କ୍ଷମତାରେ ରହିଥିଲେ ସେମାନଙ୍କ ପାଇଁ ୩ ବର୍ଷର କୁଲି ଅଫ୍‌ ପିରିୟଡ ବାଧ୍ୟତାମୂଳକ ବୋଲି ସୁପାରିସ କରିଥିଲେ। ଯାହାକି ସିଧାସଳଖ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସଂପାଦକ ଜୟ ଶାହଙ୍କ ପଦ ବଜାୟ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା। କାରଣ ଉଭୟେ ନିଜ ନିଜର ରାଜ୍ୟ ସଂଘ ବେଙ୍ଗଲ ଓ ଗୁଜରାଟରେ ୬ ବର୍ଷ କାର୍ଯ୍ୟକାଳ ପୂରଣ କରିଥିଲେ। ଫଳରେ ଏହା ବିରୋଧରେ ବିସିସିଆଇ ଅପିଲ କରିଥିଲା। ହେଲେ ଗୁରୁବାର ମାମଲାର ଶୁଣାଣିକୁ ୧୫ ଦିନ ଘୁଞ୍ଚାଇ ଦିଆଯାଇଛି।

ସମ୍ବନ୍ଧିତ ଖବର