ନୂଆଦିଲ୍ଲୀ: ସ୍ଥଗିତ ଥିବା ବିଭିନ୍ନ ରାଜ୍ୟ ସଂଘ ଦ୍ବାରା ଆୟୋଜିତ ଟି-୨୦ ଲିଗ୍ ଆୟୋଜନ କରିବା ଲାଗି ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବୁଧବାର ଅନୁମତି ଦେଇଛି। ଆଇପିଏଲ୍ ଶେଷ ହେବା ପରେ ପରେ ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ଅନ୍ତରୀଣ ସିଓଓ ହେମାଙ୍ଗ ଅମିନ ରାଜ୍ୟ ସଂଘଗୁଡ଼ିକୁ ମେଲ୍ କରି ଜଣାଇଛନ୍ତି। ‘‘ଚଳିତ ବର୍ଷ ପ୍ରତିଯୋଗିତା ଆୟୋଜନ ଲାଗି ବିସିସିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଗଲା। ବିସିସିଆଇ ଦ୍ବାରା ଜାରି ସମସ୍ତ ନିୟମାବଳୀକୁ କଡ଼ାକଡ଼ି ପାଳନ କରିବ। ମହାମାରୀ ସମୟରେ ଆମେ ଏହି ପ୍ରତିଯୋଗିତା ଗୋଟିଏ ସମୟରେ କରିବାକୁ ଅନୁମତି ଦେଉଛୁ।’’ ବୋଲି ବିସିସିଆଇ ଅଧିକାରୀ ମେଲ୍ରେ ଉଲ୍ଲେଖ କରିଛନ୍ତି।
ସ୍ଥଗିତ ଟି-୨୦ ଲିଗ୍ କରିବା ଲାଗି ବିସିସିଆଇର ଅନୁମତି
/sambad/media/post_attachments/wp-content/uploads/2020/03/bcci.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)