ନୂଆଦିଲ୍ଲୀ: ୨୦୧୯ ମସିହା ଦିନିକିଆ ବିଶ୍ବକପ୍ର ବର୍ଷ ହୋଇଥିଲେ ମଧ୍ୟ ଏହାର ପ୍ରାରମ୍ଭ ଦୁଇ ଭାରତୀୟ କ୍ରିକେଟର୍ କେଏଲ୍ ରାହୁଲ ଓ ହାର୍ଦିକ ପାଣ୍ଡ୍ୟାଙ୍କ ପାଇଁ ଭଲ ବିତିନଥିଲା। ଏକ ଟିଭି ସୋ’ରେ ମହିଳାଙ୍କ ଉଦ୍ଦେଶ୍ୟରେ ଅଶୋଭନୀୟ ଟିପ୍ପଣୀ ରଖିଥିବାରୁ ଉଭୟଙ୍କୁ ବିସିସିଆଇ ନିଲମ୍ବିତ କରିଥିଲା। ୨ ସପ୍ତାହ ପରେ ଅବଶ୍ୟ ସିଓଏ ନିଲମ୍ବନକୁ ପ୍ରତ୍ୟାହାର କରିନେଇଥିଲା। ଏହି ଘଟଣା କିନ୍ତୁ କେଏଲ୍ ରାହୁଲଙ୍କ ଜୀବନକୁ ବଦଳାଇ ଦେଇଥିବା ସେ ରବିବାର ଏକ ଆଲୋଚନା ବେଳେ ପ୍ରକାଶ କରିଛନ୍ତି। ‘୨୦୧୯ ମସିହା ପରେ ମୁଁ ଭିନ୍ନ ଭାବେ ଚିନ୍ତା କରିଥିଲି, ସ୍ଥିର ପ୍ରଦର୍ଶନ ଦେବା ଆରମ୍ଭ କରିଥିଲି। ନିଲମ୍ବନ ବେଳେ ମୁଁ ସ୍ବାର୍ଥପର ଭାବେ ନିଜ ପାଇଁ ଖେଳିବା କଥା ଚିନ୍ତା କରିଥିଲି, କିନ୍ତୁ ଏଥିରେ ବିଫଳ ହୋଇଥିଲି। ନିଜକୁ ନିଜେ କହିଥିଲି ଏଣିକି ଦଳୀୟ ସ୍ବାର୍ଥ ପାଇଁ ଖେଳିବି, ଦଳୀୟ ଖେଳାଳି ହେବି’ ବୋଲି ରାହୁଲ ପ୍ରକାଶ କରିଛନ୍ତି। ୨୦୧୯ ବର୍ଷ ପରେ ମୁଁ ଅନୁଭବ କରିଥିଲି ମୋ ନିକଟରେ ଆଉ ୧୧/୧୨ ବର୍ଷ କ୍ରିକେଟ୍ ଖେଳିବାର ଅଛି। ନିଜର ସମସ୍ତ ସମୟକୁ ଭଲ ଖେଳାଳି ହେବା ଦିଗରେ ଉତ୍ସର୍ଗ କରି ସଫଳ ହୋଇଛି’ ବୋଲି ରାହୁଲ ପ୍ରକାଶ କରିଥିଲେ।
ସୂଚନାଯୋଗ୍ୟ, ପ୍ରତ୍ୟାବର୍ତନ କରିବା ପରେ ରାହୁଲ ୨୦୧୯ରେ ୧୩ ଦିନିକିଆରୁ ୫୭୨ ରନ୍ ଓ ୯ ଟି-୨୦ରୁ ୩୫୬ ରନ୍ ସଂଗ୍ରହ କରିଥିଲେ। ୨୦୨୦ରେ କୋଭିଡ୍-୧୯ ବିରାମ ପୂର୍ବରୁ ୬ ଦିନିକିଆରୁ ୩୫୦ ରନ୍ ଓ ୭ ଟି-୨୦ରୁ ୩୨୩ ରନ୍ ସଂଗ୍ରହ କରି ଢେର ଉନ୍ନତ ବ୍ୟାଟିଂ କରୁଥିବାର ପ୍ରମାଣ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/KL-Rahul-1.jpg)