ମୁମ୍ବାଇ: ଇଂଲଣ୍ଡକୁ ହରାଇ ପଞ୍ଚମ ଥର ପାଇଁ ୧୯ ବର୍ଷରୁ କମ୍ ଜିତି ନେଇଛି ଭାରତୀୟ କନିଷ୍ଠ କ୍ରିକେଟ୍ ଦଳ। ଏହି ଐତିହାସିକ ସଫଳତା ଲାଗି ରବିବାର ବିସିସିଆଇ ଆର୍ଥିକ ପୁରସ୍କାର ଘୋଷଣା କରିଛି। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୪୦ ଲକ୍ଷ ଏବଂ ସହକାରୀ କର୍ମଚାରୀଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବ ବୋଲି ଘୋଷଣା କରିଛି ବିସିସିଆଇ। ୬ ଜଣ ଖେଳାଳି କୋଭିଡ୍ ସଂକ୍ରମିତ ହେବା ସତ୍ତ୍ବେ ଭାରତ ବିଶ୍ବକପ୍ ଜିତିବା ଏକ ବିରଳ ସଫଳତା ବୋଲି ବିସିସିଆଇ କହିଛି। ଅହମଦାବାଦରେ ଚାଲିଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଶୃଙ୍ଖଳା ଅବସରରେ ହିଁ ଭାରତୀୟ ଖେଳାଳି ଏବଂ ପ୍ରଶିକ୍ଷକ ମଣ୍ଡଳି ସଦସ୍ୟ ସମ୍ବର୍ଦ୍ଧିତ ହେବେ। ୟଶ୍ ଧୂଲଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ପୂରା ପ୍ରତିଯୋଗିତାରେ ଅପରାଜେୟ ରହିବା ସହ ୨୦୦୦, ୨୦୦୮, ୨୦୧୨ ଏବଂ ୨୦୧୮ ପରେ ପୁଣି ଥରେ ବିଶ୍ବକପ୍ ତୋଳି ଧରିବାର ଗୌରବ ଅର୍ଜନ କରିଥିଲା। ଅଷ୍ଟମ ଥର ଫାଇନାଲ୍ ଖେଳି ଭାରତ ପଞ୍ଚମ ଥର ଲାଗି ବିଶ୍ବକପ୍ ଜିତିଥିଲା। ଏହି ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ଭାରତୀୟ ଦଳକୁ ଅଭନନ୍ଦନ ଜଣାଇଛନ୍ତି।
/sambad/media/post_attachments/wp-content/uploads/2022/02/65d465dga465da4g56dagdagd.jpg)
ଧୂଲ୍ଙ୍କୁ ଆଇସିସି ଦଳର ନେତୃତ୍ବ
ନର୍ଥ ସାଉଣ୍ଡ: ଭାରତର ୟଶ ଧୂଲ୍ ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ ‘ସବୁଠୁ ମୂଲ୍ୟବାନ ଦଳ’ର ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି। ୮ ଦେଶର ୧୨ ଖେଳାଳିଙ୍କୁ ନେଇ ଘୋଷିତ ଏହି ଦଳରେ ବିଜେତା ଭାରତର ଧୂଲଙ୍କ ସହ ୩ ଜଣ ସ୍ଥାନ ପାଇଛନ୍ତି। ଅନ୍ୟ ଦୁଇ ଭାରତୀୟ ହେଲେ ଅଲ୍ରାଉଣ୍ଡର ରାଜ ବାୱା ଓ ବୋଲର ଭିକି ଓସ୍ତୱାଲ। ଚତୁର୍ଥ ସ୍ଥାନ ରେ ସ୍ଥାନ ପାଇଥିବା ଧୂଲ ବିଶ୍ବକପ୍ରେ ଗୋଟିଏ ଶତକ ସହ ୨୨୯ ରନ୍ କରିଥିଲା ବେଳେ ତାଙ୍କ ସଠିକ ରଣନୀତି ଯୋଗୁଁ ଭାରତ ବିଜେତା ହେବାର ଗୌରବ ଅର୍ଜନ କରିଥିଲା।
ଆଇସିସି ୧୯ ବର୍ଷରୁ କମ୍ ବିଶ୍ବକପ୍ ଦଳ: ହସିବୁଲା ଖାନ (ପାକିସ୍ତାନ), ତିଗ୍ୟୁ ୱିଲି (ଅଷ୍ଟ୍ରେଲିଆ), ଦିୱାଲ୍ଦ ବ୍ରେଭିସ (ଦକ୍ଷିଣ ଆଫ୍ରିକା), ୟସ୍ ଧୂଲ (ଅଧିନାୟକ, ଭାରତ), ଟମ ପ୍ରିଷ୍ଟ୍ (ଇଂଲଣ୍ଡ), ଦୁନିତ ୱିଲାଲାଗେ (ଶ୍ରୀଲଙ୍କା), ରାଜ ବାୱା, ଭିକି ଓସ୍ତୱାଲ (ଭାରତ), ରିପନ ମଣ୍ଡଲ (ବାଂଲାଦେଶ), ଆୱାଇସ ଅଲୀ (ପାକିସ୍ତାନ), ଜୋସ ବୟଡେନ (ଇଂଲଣ୍ଡ), ନୁର ଅହମ୍ମଦ (ଆଫଗାନିସ୍ତାନ)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/65sh465fh4sf65h45hf6.jpg)