ରୟ, ହେଲେସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିସିସିଆଇ

ମୁମ୍ବାଇ: ଶେଷ କ୍ଷଣରେ ଚଳିତ ଆଇପିଏଲ୍‌ରୁ ଓହରିଯାଇଥିବା ଖେଳାଳିମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେଇଛନ୍ତି ଉଭୟ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଏବଂ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ) ପରିଚାଳନା ପରିଷଦ। ଇଂଲିସ କ୍ରିକେଟର ଜାସନ ରୟ ଏବଂ ଆଲେକ୍ସ ହାଲେସ୍‌ ଯଥାକ୍ରମେ ଗୁଜରାଟ ଟାଇଟାନ୍ସ ଏବଂ କୋଲ୍‌କାତା ନାଇଟ୍‌ ରାଇଡର୍ସ ଦଳରେ ସାମିଲ ଥିଲେ। ହେଲେ ପୂର୍ବରୁ କୌଣସି ସୂଚନା ନଦେଇ ଅନ୍ତିମ କ୍ଷଣରେ ଜୈବ ବଳୟ ଦ୍ବାହି ଦେଇ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଯାହାଫଳରେ ଉଭୟ ଫ୍ରାଞ୍ଚାଇଜ୍‌ କ୍ଷତିଗ୍ରସ୍ତ ହୋଇଛନ୍ତି। ଗତ ସପ୍ତାହରେ ଆଇପିଏଲ୍‌ ପରିଚାଳନା ପରିଷଦର ସଦ୍ୟତମ ବୈଠକ ଅବସରରେ ବିସିସିଆଇ ବିନା ଯଥାର୍ଥ କାରଣରେ ଓହରିଯାଇଥିବା ଦୁଇ ବିଦେଶୀ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର କରିଛି। ଅଧକାଂଶ ଫ୍ରାଞ୍ଚାଇଜ୍‌ ମଧ୍ୟ ଆଇପିଏଲ୍‌ରୁ ଓହରିଯିବା ଏକ ଧାରାରେ ପରିଣତ ହୋଇଯାଇଥିବା ନେଇ କ୍ଷୁବ୍‌ଧ ହୋଇଛନ୍ତି। ଜାସନ୍‌ ରୟ ଏବଂ ଆଲେକ୍ସ ହେଲେସ୍‌ଙ୍କ ବ୍ୟତୀତ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟ ତା’ର ୭.୨୫ କୋଟିର ଖେଳାଳି ମାର୍କ ଉଡ୍‌ଙ୍କୁ ଆହତ ଯୋଗୁଁ ଚଳିତ ଆଇପିଏଲ୍‌ରୁ ହରାଇଛି।

ସମ୍ବନ୍ଧିତ ଖବର