ଚାରି ଦଶନ୍ଧିର ଶ୍ରେଷ୍ଠ ପ୍ରଦର୍ଶନ, ଭାରତର ସ୍ମରଣୀୟ ୭ ପଦକ

ଟୋକିଓ ଅଲିମ୍ପିକ୍ସରେ ସ˚ଖ୍ୟାର ଖେଳ, ୧୭ ବିଶ୍ବ କୀର୍ତ୍ତିମାନ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ପଦକ ତାଲିକାରେ ଭାରତ ୪୮ତମ ସ୍ଥାନରେ ରହିଛି। ଯାହାକି ହେଉଛି ଗତ ୪୦ ବର୍ଷ ମଧ୍ୟରେ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ମୋଟାମୋଟି ପଦକ ବିଜୟ ଦୃଷ୍ଟିରୁ ଭାରତ ୩୩ତମ ସ୍ଥାନରେ ରହିପାରିଛି। ଏଥିପୂର୍ବରୁ ୨୦୦୮ ବେଜି˚ ଅଲିମ୍ପିକ୍ସରେ ଭାରତ ୫୧ତମ ସ୍ଥାନରେ ରହିଥିଲା। ଯେଉଁଥିରେ ଅଭିନବ ବିନ୍ଦ୍ରାଙ୍କ ସ୍ବର୍ଣ୍ଣ ପଦକ ସହ ଭାରତ ମୋଟ ୩ଟି ପଦକ ପାଇଥିଲା।

ହକିରେ ସ୍ବର୍ଣ୍ଣ ପଦକ ଜିତୁଥିବାରୁ ଭାରତ ୪୦ ବର୍ଷ ପୂର୍ବେ ଅଲିମ୍ପିକ୍ସର ଭଲ ସ୍ଥାନରେ ରହୁଥିଲା। କିନ୍ତୁ ଏବେ ଅଲିମ୍ପିକ୍ସ ଅ˚ଶଗ୍ରହଣକାରୀଙ୍କ ସ˚ଖ୍ୟା ବହୁମାତ୍ରାରେ ବଢିବା ସହ କ୍ରୀଡ଼ା ଇଭେଣ୍ଟ ଓ ପଦକ ସ˚ଖ୍ୟାରେ ବି ଯଥେଷ୍ଟ ବୃଦ୍ଧି ଘଟିଲାଣି। ଉଦାହରଣ ସ୍ବରୂପ ମସ୍କୋରେ, ଭାରତୀୟ ହକି ଦଳକୁ ସ୍ବର୍ଣ୍ଣ ପଦକ ମିଳିଥିବାରୁ ଭାରତ ୨୩ତମ ସ୍ଥାନରେ ରହିଥିଲା। ଏହାକୁ ଯଦି ବର୍ତ୍ତମାନ ସ୍ଥିତିରେ ଦେଖାଯାଏ ତାହେଲେ ଟୋକିଓରେ ଭାରତ ୬୩ତମ ସ୍ଥାନରେ ରହିଥା’ନ୍ତା। ତେଣୁ ଦୁଇ ପିଢି ମଧ୍ୟରେ ରହିଥିବା ଫରକକୁ ଆକଳନ କରାଯାଇପାରେ। ୨୦୧୨ ଲଣ୍ତନ ଅଲିମ୍ପିକ୍ସରେ ଭାରତ ବେଜି˚ ଅପେକ୍ଷା ଅଧିକ ପଦକ ପାଇଥିଲେ ବି ୫୭ତମ ସ୍ଥାନରେ ରହିଥିଲା। କାରଣ ପଦକ ତାଲିକାରେ କେବଳ ସ୍ବର୍ଣ୍ଣ ପଦକକୁ ଗଣନା ମଧ୍ୟରେ ନିଆଯାଇଥାଏ। ପଛକୁ ପଛ ରୌପ୍ୟ ଓ କା˚ସ୍ୟ ପଦକ ସ˚ଖ୍ୟାକୁ ହିସାବକୁ ନିଆଯାଏ। ଲଣ୍ଡନରେ ଭାରତ ଆଦୌ ସ୍ବର୍ଣ୍ଣ ଜିତିନଥିଲା। ସେହିପରି ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତ ମାତ୍ର ଦୁଇଟି ପଦକ ପାଇବାରୁ ଏହା ୬୭ତମ ସ୍ଥାନକୁ ଖସିଆସିଥିଲା। ବର୍ତ୍ତମାନ ଭାରତ ପାଖାପାଖି ୨୦ଟି ସ୍ଥାନ ଉପରକୁ ଉଠିବାରେ ସଫଳ ହୋଇପାରିଛି।

ଟୋକିଓ ଅଲିମ୍ପିକ୍ସରେ ସ˚ଖ୍ୟାର ଖେଳ

ଟୋକିଓ: ବହୁ ପ୍ରତିକ୍ଷିତ ଟୋକିଓ ଅଲିମ୍ପିକ୍ସ ରବିବାର ଉଦ୍‌ଯାପିତ ହୋଇଛି। ତେବେ ଏହି ୧୬ ଦିନ ମଧ୍ୟରେ ଏକାଧିକ ନୂଆ କୀର୍ତ୍ତିମାନ ସୃଷ୍ଟି ହୋଇଥିଲାବେଳେ ବହୁତ ଭାବବିହ୍ବଳ ମୁହୂର୍ତ୍ତ ଯୋଡ଼ି ହୋଇଛି। ଏହି ଘଟଣାବହୁଳ ଅଲିମ୍ପିକ୍ସର କିଛି ସ˚ଖ୍ୟାର ଖେଳକୁ ନିମ୍ନରେ ଦିଆଗଲା।
୧୭ ବିଶ୍ବ କୀର୍ତ୍ତିମାନ
କରୋନା ମହାମାରୀ କାରଣରୁ ବାଧାପ୍ରାପ୍ତ ପ୍ରଶିକ୍ଷଣ ଅଲିମ୍ପିକ୍ସର ଉତ୍ସାହକୁ କମ୍‌ କରିପାରିନଥିଲା। ଯାହାଫଳରେ ଏଥର ୧୭ଟି ନୂଆ ବିଶ୍ବ କୀର୍ତ୍ତିମାନ ହୋଇପାରିଛି। କେବଳ ରୋଇ˚ରେ ୫ଟି ବିଶ୍ବ କୀର୍ତ୍ତିମାନ ହୋଇପାରିଥିଲା। ଏହାବ୍ୟତୀତ ଦୌଡ଼କୁଦରେ ତିନୋଟି ନୂଆ କୀର୍ତ୍ତିମାନ ରଚାଯାଇଛି। ୪୦୦ ମିଟର ପୁରୁଷ ବାଧାଦୌଡ଼ରେ ନରେଵର କାର୍ଷ୍ଟନ ଵରହଲ୍‌ମ, ମହିଳାରେ ଆମେରିକାର ସିଡ୍‌ନୀ ମ୍ୟାକଲାଉଘଲିନ ଏବ˚ ଟ୍ରିପଲ ଜମ୍ପରେ ଭେନେଜୁଲାର ଜୁଲିମାର ରୋଜାସ ଏହି କୀର୍ତ୍ତିମାନ କରିଥିଲେ। ସାଇକ୍ଲି˚ରେ ତିନୋଟି, ସନ୍ତରଣରେ ୬ଟି କୀର୍ତ୍ତିମାନ ହୋଇଛି। ଜର୍ଜିଆର ଭାରତ୍ତୋଳକ ଲାସା ତଲାଖଜେ ଗୋଟିଏ ଇଭେଣ୍ଟରେ ତିନୋଟି କୀର୍ତ୍ତିମାନ କରିଥିଲେ। ସ୍ନାଚ, କ୍ଲିନ୍‌ ଓ ଜର୍କରେ ୧୦୯ କିଲୋଗ୍ରାମର ଓଜନକୁ ପାର‌୍‌ କରିବାକୁ ଯାଇ ଏହି ତିନୋଟି କୀର୍ତ୍ତିମାନ କରିପାରିଥିଲେ।
ଦର୍ଶକବିହୀନ ଷ୍ଟାଡିୟମ
କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଏଥର ଅଲିମ୍ପିକ୍ସ ଷ୍ଟାଡିୟମରେ ଜଣେ ହେଲେ ଦର୍ଶକଙ୍କୁ ଅନୁମତି ମିଳିନଥିଲା। ଫଳେରେ ଦର୍ଶକବିହୀନ ଷ୍ଟାଡିୟମରେ କେବଳ ଖେଳାଳି, ପ୍ରଶିକ୍ଷକ କିମ୍ବା ଅଲିମ୍ପିକ ସହ ଜଡ଼ିତ ଥିବା ବ୍ୟକ୍ତିମାନେ ଅଳ୍ପ କିଛି ସ୍ଥାନରେ ବସୁଥିବା ଦେଖାଯାଇଥିଲା। ପୂର୍ବରୁ ଟୋକିଓରେ ହୋଇଥିବା ବଡ଼ ଧରଣର ଆର୍ଥିକ କ୍ଷତିକୁ ଅଲିମ୍ପିକ୍ସ ଦର୍ଶକଙ୍କ ଦ୍ବାରା ଭରଣା କରାଯାଇପାରିଥାନ୍ତା ବୋଲି ଆଶା କରାଯାଉଥିଲା। କାରଣ ଅନ୍ୟୁନ ୫୦ ପ୍ରତିଶତ ଦର୍ଶକ ଆସିଥିଲେ ପ୍ରତି ଷ୍ଟାଡିୟମରେ ପାଖାପାଖି ୧୦ହଜାର ସ୍ଥାନୀୟ ଦର୍ଶକ ମ୍ୟାଚ ଦେଖିବାକୁ ଆସିପାରିଥାନ୍ତେ। କିନ୍ତୁ ସହରରେ କୋଭିଡ୍‌ ଆକ୍ରାନ୍ତଙ୍କ ସ˚ଖ୍ୟା ବୃଦ୍ଧି ପାଇବାରୁ ଜରୁରିକାଳୀନ ସ୍ଥିତି ଅନୁସାରେ ଦର୍ଶକଙ୍କୁ ଷ୍ଟାଡିୟମକୁ ଆସିବା ପାଇଁ ଅନୁମତି ମିଳିନଥିଲା। ଏଭଳି ନିଷ୍ପତ୍ତି ଯୋଗୁଁ ଟୋକିଓ ସହରର ହୋଟେଲ, ରେଷ୍ଟୁରାଣ୍ଟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଆର୍ଥିକ କ୍ଷତି ଘଟିଛି। ନୋମୁରା ଗବେଷଣା ପ୍ରତିଷ୍ଠାନର ଆକଳନ ଅନୁସାରେ ପାଖାପାଖି ୧୪୦ କୋଟି ଟଙ୍କା କ୍ଷତି ହୋଇଛି।
୧୧ହଜାରରୁ ଅଧିକ କ୍ରୀଡ଼ାବିତ୍‌
ଅଲିମ୍ପିକ୍ସର ଚଳିତ ସ˚ସ୍କରଣ ଟୋକିଓ ସହର ସମେତ ଜାପାନର ୪୨ଟି ସ୍ଥାନରେ ଆୟୋଜନ ହୋଇଥିଲା। ଏହି କ୍ରୀଡ଼ା ମହାକୁମ୍ଭରେ ପାଖାପାଖି ୧୧ହଜାର କ୍ରୀଡ଼ାବିତ୍‌ ଅ˚ଶଗ୍ରହଣ କରିଥିଲେ। ୨୦୫ ଅଲିମ୍ପିକ କମିଟିକୁ ପ୍ରତିନିଧିତ୍ବ କରୁଥିବା ଏହି କ୍ରୀଡ଼ାବିତ୍‌ମାନେ ୩୩୯ଟି ଇଭେଣ୍ଟ ପାଇଁ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଗୋଟିଏ ଶରଣାର୍ଥୀଙ୍କ ଦଳ ରହିଥିଲା। ଅନ୍ୟପକ୍ଷରେ ଆନ୍ତର୍ଜାତିକ ଅଲିମ୍ପିକ ସମିତି ସୂଚନା ଅନୁଯାୟୀ, କ୍ରୀଡ଼ାବିତ୍‌ଙ୍କ ମଧ୍ୟରୁ ପାଖାପାଖି ଅଧା ହେଉଛନ୍ତି ମହିଳା।
ଶୀତକାଳୀନ ଅଲିମ୍ପିକ୍ସକୁ ଆଉ ୬ମାସ
ଟୋକିଓ ଅଲିମ୍ପିକ୍ସ ପରେ ୨୦୨୨ରେ ଵିଣ୍ଟର ଅଲିମ୍ପିକ୍ସ ବେଜି˚ରେ ଫେବ୍ରୁଆରି ୪ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଯାହାଫଳରେ ବେଜି˚ ଉଭୟ ଗ୍ରୀଷ୍ମ କାଳୀନ ଓ ଶୀତ କାଳୀନ ଅଲିମ୍ପିକ୍ସ ଆୟୋଜନ କରିବାରେ ପ୍ରଥମ ସହର ହୋଇପାରିବ। ପ୍ୟାରିସ୍‌ରେ ଆଉ ୩ବର୍ଷ ପରେ ପରବର୍ତ୍ତୀ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆୟୋଜନ ହେବ। ଏହା ୨୦୨୪, ଜୁଲାଇ ୨୭ ତାରିଖରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର