ଭୁବନେଶ୍ୱର: ବିଶ୍ୱସ୍ତରରେ ପ୍ରତିଷ୍ଠିତ ଫାଇଭ୍‍-ଅନ୍‍-ଫାଇଭ୍‍ ଫୁଟବଲ୍‌ ପ୍ରତିଯୋଗିତା ରେଡ୍‍ ବୁଲ୍‍ ନେମାର ଜୁନିୟର୍ସ ଫାଇଭ୍‍ର ଭୁବନେଶ୍ୱର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‍ ଭୁବନେଶ୍ୱରସ୍ଥିତ କିମ୍‍ସ କଲେଜ ପଡିଆରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସହର ଯୋଗ୍ୟତା ପର୍ଯ୍ୟାୟରେ ୬୧ଟି ଦଳ ଅଂଶ୍ରଗହଣ କରିଥିବାବେଳେ ଫାଇନାଲରେ ଯୋଗା ବୋନିଟୋ ୧-୦ରରେ ନଟ୍‍ ୟେଟ୍‍କୁ ପରାସ୍ତ କରି ଜାତୀୟ ଯୋଗ୍ୟତା ଅର୍ଜନ କରିଛି। ହୃଦୟନାଥ ସର୍ଦାର, କୁନାଲ ଗୁସେନ୍‍, ସୌମ୍ୟ ରଞ୍ଜନ ରାଉତ, ସାର୍ଥକ ପ୍ରଭାକର, ଗୌରବ ନେଗି, ସୌରଭ ବିର୍ଡି, ସାଇ ପ୍ରସାଦ ଯୋଗା ବୋନିଟାରେ ଦଳର ସଦସ୍ୟ ଅଛନ୍ତି।

Advertisment

ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଫାଇନାଲରେ ଯୋଗା ବୋନିଟୋ ଭୁବନେଶ୍ୱରର ପ୍ରତିନିଧିତ୍ୱ କରିବ। ରେଡ୍‍ ବୁଲ୍‍ ନେମାର ଜୁନିୟର୍ସ ଫାଇଭ୍‍ ୨୦୨୨ ସହର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‍ଗୁଡିକ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହୋଇଛି। ଏହା ଇନ୍ଦୋର, ଜୟପୁର, ଅହମଦାବାଦ, ବେଙ୍ଗାଲୁରୁ, ଭୁବନେଶ୍ୱର, ଚେନ୍ନାଇ, ଦିମାପୁର, ମୁମ୍ବାଇ, ହାଇଦରାବାଦ, ଲଖନଉ, ଦିଲ୍ଲୀ, ଗୁଆହାଟୀ, ଜଳନ୍ଧର, ପୁନେ, କୋଚିନ, କୋଲକାତା, ଚଣ୍ଡିଗଡ, ଗୋଆ ଓ ଶିଲଂ ଆଦି ଦେଶର ୧୯ଟି ସହରରେ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହାର ବିଜୟୀ ଦଳଗୁଡିକ ପ୍ରଥମ ଥର ପାଇଁ କାତାରରେ ଅନୁଷ୍ଠିତ ହେବାକୁ ଥିବା ରେଡ୍‍ ବୁଲ୍‍ ନେମାର ଜୁନିୟର୍ସ ଫାଇଭ୍‍ ବିଶ୍ୱ ଫାଇନାଲ୍‍ରେ ପ୍ରତିନିଧ୍ୱ କରିବାର ସୁଯୋଗ ହାସଲ କରିବାକୁ ସୁଯୋଗ ପାଇବେ। ସମଗ୍ର ବିଶ୍ୱରୁ ସୌଖୀନ ଦଳଗୁଡିକ ବିଶ୍ୱ ଫାଇନାଲରେ ଅଂଶଗ୍ରହଣ କରିବା ଏବଂ ସେମାନଙ୍କ ନିଜ ଦେଶର ପ୍ରତିନିଧିତ୍ୱ କରିବା ତଥା ‘ସୁପର ଫାଇନାଲ୍‍’ରେ ନେମାର ଜୁନିୟରଙ୍କ ବିପକ୍ଷରେ ଖେଳିବାର ଏକ ଅନନ୍ୟ ଅନୁଭୂତି ହାସଲ କରିପାରିବେ।