କୋଲକାତା: ପ୍ରିନ୍ସ ଅଫ୍ କୋଲକାତା ସୌରଭ ଗାଙ୍ଗୁଲିଙ୍କୁ ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବେ ବିବେଚନା କରାଯାଏ। ଭାରତୀୟ ଦଳରେ ସାହସିକ, ଭୟହୀନ ଏବଂ କେବେ ବି ହାର ନମାନିବାର ସଂସ୍କୃତି ଭରିବାର ଅଧିକାଂଶ ଶ୍ରେୟ ତାଙ୍କୁ ହିଁ ଯାଏ। ତେବେ ଗାଙ୍ଗୁଲି ମଧ୍ୟ ନିଜ ଘଟଣା ବହୁଳ କ୍ରିକେଟ୍ ଜୀବନ ଭିତରେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ। ଭାରତୀୟ ଦଳକୁ ବିଦେଶ ମାଟିରେ ଜିତିବାର କଳା ଶିଖାଇଥିଲେ। ହେଲେ ଏକଦା ତାଙ୍କୁ ମଧ୍ୟ ଅଭାବନୀୟ ପରିସ୍ଥିତିରେ ଅଧିନାୟକ ପଦ ଛାଡ଼ିବାକୁ ପଡ଼ିଥିଲା। ୨୦୦୫ର ସେହି ଦୁଃଖଦ ଘଟଣାକୁ ବୁଧବାର ମନେ ପକାଇଥିଲେ ଦାଦା। ଏକ ସାକ୍ଷାତକାର ଅବସରରେ ଏହାକୁ ନିଜ ଖେଳ ଜୀବନର ସବୁଠାରୁ ବଡ଼ ଧକ୍କା ଭାବେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ ଆପଣଙ୍କୁ ଏମିତି ପରିସ୍ଥିତି ଦେଇ ଗତି କରିବାକୁ ହେବ।
ଏମିତି ସ୍ଥିତି କେବେ ନା କେବେ ଆସିବ ବୋଲି ଆପଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ ରହିବାକୁ ହେବ। କ୍ରୀଡ଼ା, ବ୍ୟବସାୟ କିମ୍ବା ଅନ୍ୟ ଯାହା ହେଉନା କାହିଁକି ଜୀବନରେ କୌଣସି ସ୍ଥିରତା ନଥାଏ। ଆପଣଙ୍କୁ ଗୁଳି ଖାଇବାକୁ ହୋଇଥାଏ। ସମସ୍ତଙ୍କ ଜୀବନରେ କିଛିନା କିଛି ଚାପ ଥାଏ। ଆମେ ସମସ୍ତେ ଭିନ୍ନ ଭିନ୍ନ ପ୍ରକାର ଚାପର ସମ୍ମୁଖୀନ ହୋଇଥାଏ। ୨୦୦୫ରେ ଯେତେବେଳେ ଅଧିନାୟକ ପଦ ଚାଲିଯାଇଥିଲା, ମୁଁ ମଧ୍ୟ ଗଭୀର ମାନସିକ ଚାପରେ ଥିଲି। ଏହା ସମ୍ଭବତଃ ମୋ ଖେଳ ଜୀବନର ସବୁଠାରୁ ବଡ଼ ଧକ୍କା ଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/sourav-ganguly-ians870-1.jpg)