ବ୍ରିସବେନ୍: ଟେଷ୍ଟ୍ କ୍ରିକେଟର୍ ଅଗ୍ରଣୀ ବୋଲର ମୁଥୟା ମୁରଲୀଧରନ (୮୦୦ ୱିକେଟ୍) ଗୁରୁବାର ବର୍ଡର-ଗାଭାସ୍କର ଟ୍ରଫିର ଦୁଇ ପ୍ରମୁଖ ସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ ଓ ନାଥନ୍ ଲାୟନଙ୍କ ମଧ୍ୟରେ ତୁଳନା କରିଛନ୍ତି। ଏମାନଙ୍କ ମଧ୍ୟରୁ କେହି ୮୦୦ ୱିକେଟ୍ ନେଇ ପାରିବେ କି ବୋଲି ପ୍ରଶ୍ନ ହେବାରୁ ମୁରଲୀ କହିଥିଲେ ଲାୟନ୍ ୮୦୦ ୱିକେଟ୍ ନେବା ଭଳି ଏତେ ଭଲ ବୋଲର ନୁହଁନ୍ତି। ଅନ୍ୟ କେହି ଯୁବ ଖେଳାଳି ମଧ୍ୟ ଏହି ମାଇଲଖୁଣ୍ଟ୍ ସଂଖ୍ୟାରେ ପହଞ୍ଚିବା ନେଇ ଆଶଙ୍କା ରହିଛି। ସୂଚନାଯୋଗ୍ୟ, ବ୍ରିସବେନ୍ ଟେଷ୍ଟ୍ ପୂର୍ବରୁ ଏହି ଫର୍ମାଟରେ ଲାୟନ୍ ୩୯୬ ଏବଂ ଅଶ୍ବିନ୍ ୩୭୭ ୱିକେଟ୍ ଅକ୍ତିଆର କରିଛନ୍ତି।
୮୦୦ ୱିକେଟ୍ ନେବା ଭଳି ବୋଲର ଲାୟନ୍ ନୁହଁନ୍ତି: ମୁରଲୀଧରନ
/sambad/media/post_attachments/wp-content/uploads/2021/01/fh4sf65h4f5s64fs564f5s6h4f5s6hfsh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)