ଦୋହା: ସୋମବାର ଦକ୍ଷିଣ କୋରିଆ ବିପକ୍ଷ ପ୍ରି-କ୍ବାର୍ଟରଫାଇନାଲ୍‌ ମ୍ୟାଚ୍‌ର ବିଜୟକୁ ବ୍ରାଜିଲ୍‌ ଖେଳାଳିମାନେ ମହାନ୍‌ ଖେଳାଳି ପେଲେଙ୍କୁ ଉତ୍ସର୍ଗ କରିଛନ୍ତି। ପେଲେ ବର୍ତ୍ତମାନ କର୍କଟ ରୋଗରେ ଆକ୍ରାନ୍ତ ହୋଇ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ଆଶୁ ଆରୋଗ୍ୟ କାମନା କରାଯିବା ସହ ଏହି ମ୍ୟାଚ୍‌କୁ ତାଙ୍କୁ ଉତ୍ସର୍ଗ କରାଯାଇଥିବା ନେମାର କହିଛନ୍ତି। ସେହିପରି ଭିନିସିଅସ୍‌ ଜୁନିଅରଙ୍କ ମତରେ ଦଳ ଜିତିଲେ ତାହା ପେଲେଙ୍କୁ ଶକ୍ତି ଦେବ। ଫଳରେ ସେ ଶୀଘ୍ର ସୁସ୍ଥ ହୋଇ ଫେରିପାରିବେ ଓ ତାଙ୍କ ପାଇଁ ଆମେ ବିଶ୍ବକପ୍‌ରେ ବିଜେତା ହେବାକୁ ଚାହୁଁଛୁ।

Advertisment

ଖେଳ ଶେଷ ହେବା ପରେ ସମସ୍ତ ଖେଳାଳିମାନେ ପେଲେଙ୍କ ନାମ ଓ ଫଟୋ ଥିବା ବ୍ୟାନର୍‌କୁ ଧରି ପୋଜ୍‌ ଦେଇଥିଲେ। କେବଳ ଖେଳାଳି ନୁହଁନ୍ତି ଗ୍ୟାଲେରିରେ ଦର୍ଶକ ବି ପେଲେଙ୍କ ଆରୋଗ୍ୟ ପାଇଁ ବଡ଼ ବଡ଼ ବ୍ୟାନର ଧରିଥିବା ଦେଖାଯାଇଥିଲା। ଅନ୍ୟପକ୍ଷରେ ମା‌ରାଡୋନାଙ୍କ ପ୍ରତି ଆର୍ଜେଣ୍ଟିନା ଖେଳାଳିମାନେ ଅନୁରୂପ ସମ୍ମାନ ଜଣାଇନଥିବାରୁ ତାଙ୍କ କନ୍ୟା ଜିଆନିନା ଅସନ୍ତୋଷ ପ୍ରକାଶ କରିଛନ୍ତି। ବ୍ରାଜିଲ୍‌ଠୁ ପରାଜିତ ହେବା ପରେ ଦକ୍ଷିଣ କୋରିଆ ପ୍ରଶିକ୍ଷକ ପାଉଲୋ ବେଣ୍ଟୋ ତାଙ୍କ ଚୁକ୍ତିକୁ ନବୀକରଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।