ରୁଷିଆରୁ ‌ଚେନ୍ନାଇକୁ ସ୍ଥାନାନ୍ତର ହେଲା ଚେସ୍‌ ଅଲିମ୍ପିଆଡ୍‌

‌ଚେନ୍ନାଇ: ୟୁକ୍ରେନ ଓ ରୁଷିଆ ‌ଯୁଦ୍ଧ ଯୋଗୁଁ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ ରୁଷିଆରୁ ସ୍ଥାନାନ୍ତରିତ ହୋଇଛି। ଜୁଲାଇ ୨୬ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତା ଚଳିତ ବର୍ଷ ମଧ୍ୟଭାଗରେ ଭାରତର ଚେନ୍ନାଇରେ ହେବାକୁ ସ୍ଥିର ହୋଇଛି। ଏନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ନିଜ ଟ୍ବିଟର୍‌ ପୃଷ୍ଠାରେ ସୂଚନା ଦେଇଥିଲେ। ଏଥିରେ ୧୯୦ ଦେଶର ପ୍ରତିଯୋଗୀ ଭାଗନେବେ।

ସମ୍ବନ୍ଧିତ ଖବର