ଭୁବନେଶ୍ବର: ଉଜବେକିସ୍ତାନର ତାସକେଣ୍ଟଠାରେ ଆୟୋଜିତ ଏସୀୟ ୧୮ ବର୍ଷରୁ କମ୍ ବାଳିକା ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ବାଳିକା ରଗ୍ବି ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳକୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ବି ପ୍ରଦାନ କରିଥିଲେ। ଖେଳାଳିମାନଙ୍କୁ ସେମାନଙ୍କ ଅନନ୍ୟ ସଫଳତା ଲାଗି ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଚମତ୍କାର ଖେଳ ଖେଳି ଅଳ୍ପକେ ସ୍ବର୍ଣ୍ଣ ପଦକ ଜିତିବାରୁ ବଞ୍ଚିତ ହେଲେ। ଆମେ ଆପଣମାନଙ୍କ ଏହି ସଫଳତା ନେଇ ଅତ୍ୟନ୍ତ ଗର୍ବିତ। ଆପଣମାନେ ଅସୀମ ଧୈର୍ଯ୍ୟ, ପ୍ରଖର ଗତି, ଅପୂର୍ବ କୌଶଳ ଏବଂ ଦୃଢ଼ ଏକାଗ୍ରତା ପରିଚୟ ଦେଲେ। ମୁଁ ଦୃଢ଼ ନିଶ୍ଚିତ ଯେ ଆଗାମୀ ବର୍ଷଗୁଡ଼ିକରେ ଆସିବାକୁ ଥିବା ସଫଳତା ଯାତ୍ରାର ଏହା ଆରମ୍ଭ ମାତ୍ର। ଆପଣମାନେ ସମସ୍ତେ ନୂଆ ଇତିହାସ ରଚିବେ। ଭାରତୀୟ ବାଳିକା ରଗ୍ବି ଦଳ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଏବଂ ମନୋବଳ ବୃଦ୍ଧିକାରୀ ମନ୍ତବ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ ଉପସ୍ଥିତ ଥିଲେ।
ରଗ୍ବି ଦଳକୁ ମୁଖ୍ୟମନ୍ତ୍ରୀ ଦେଲେ ୫ ଲକ୍ଷ
/sambad/media/post_attachments/wp-content/uploads/2021/09/54fh54sf654fh65ffhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)