ଆୟର୍ଲାଣ୍ଡ ଗସ୍ତରେ ଲକ୍ଷ୍ମଣ ହୋଇପାରନ୍ତି ପ୍ରଶିକ୍ଷକ; ଇଂଲଣ୍ଡ ବିପକ୍ଷ ଶୃଙ୍ଖଳା ପାଇଁ ବ୍ୟସ୍ତ ରହିବେ ଦ୍ରାବିଡ଼

ମୁମ୍ବାଇ: ଭାରତ ଜୁନ୍‌ ଶେଷ ସପ୍ତାହରେ ଆୟର୍ଲାଣ୍ଡ ଗସ୍ତରେ କରି ସେଠାରେ ୨ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହା ପରେ ଦଳ ଜୁଲାଇ ପହିଲାରେ ଇଂଲଣ୍ଡ ବିପକ୍ଷରେ ବଳକା ଥିବା ଗୋଟିଏ ଟେଷ୍ଟ ଖେଳିବା ପରେ ୫ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଖେଳିବ। ଇଂଲଣ୍ଡ ବିପକ୍ଷ ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ ପାଇଁ ବିଦେଶରେ ଦଳକୁ ଅଧିକ ଶାଣିତ କରିବାକୁ ଲାଗି ବ୍ୟସ୍ତ ରହିବେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼। ତେଣୁ ଆୟର୍ଲାଣ୍ଡ ଗସ୍ତରେ ଦ୍ରାବିଡ଼ ବିରତି ରହିବେ। ତେଣୁ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ଭିଭିଏସ୍‌ ଲକ୍ଷ୍ମଣଙ୍କୁ ପ୍ରଶିକ୍ଷଣ ଦାୟିତ୍ବ ମିଳିବାର ସମ୍ଭାବନା ରହିଛି। ସଂପ୍ରତି ଲକ୍ଷ୍ମଣ ଜାତୀୟ କ୍ରିକେଟ୍‌ ଏକାଡେମୀର ନିର୍ଦେଶକ ରହିଛନ୍ତି। ଆୟର୍ଲାଣ୍ଡ ବିପକ୍ଷରେ ଭାରତ ଦୁଇ ଟି-୨୦ ଜୁନ୍‌ ୨୬ ଓ ୨୮ରେ ଖେଳିବ। ଜୁଲାଇ ୧ରୁ ୫ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିବ। ଟେଷ୍ଟ୍‌ ପୂର୍ବରୁ ଟେଷ୍ଟ୍‌ ଦଳ ଲିସେଷ୍ଟର ବିପକ୍ଷରେ ଏକ ଅଭ୍ୟାସ ମ୍ୟାଚ୍‌ ଜୁନ୍‌ ୨୪ରୁ ୨୭ ଖେଳିବ।

ସମ୍ବନ୍ଧିତ ଖବର