ଶ୍ରୀଲଙ୍କା ମହିଳା ଦଳର ସାନ୍ତ୍ବନାମୂଳକ ବିଜୟ

ଦମ୍ବୁଲା: ଭାରତ ବିପକ୍ଷ ତିନି ଟିକିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ମହିଳା କ୍ରିକେଟ୍ ଦଳ ଶେଷ ମ୍ୟାଚ୍‌କୁ ୭ ୱିକେଟ୍‌ରେ ଜିତି ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି। ହେଲେ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ଆଧାରରେ ଭାରତ ୨-୧ରେ ଶୃଙ୍ଖଳା ଜିତି ନେଇଛି। ସୋମବାରର ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ୧୩୯ ରନ୍‌ର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା କେବଳ ୩ ୱିକେଟ୍ ହରାଇ ୩ ଓଭର ପୂର୍ବରୁ ହାସଲ କରି ନେଇଥିଲା। ଶ୍ରୀଲଙ୍କା ଅଧିନାୟିକା ଚାମରି ଆଟ୍ଟାପାଟ୍ଟୁ ୮୦* ରନ୍‌ର ମ୍ୟାଚ୍ ବିଜୟୀ ପାଳି ଖେଳିଥିଲେ। ଭାରତୀୟ ଅଧିନାୟିକା ହର୍ମନପ୍ରୀତ କୌର ଶୃଙ୍ଖଳା ଏବଂ ଆଟ୍ଟାପାଟ୍ଟୁ ମ୍ୟାଚ୍‌ର ‌‌ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ସମ୍ବନ୍ଧିତ ଖବର