କରାଚି: ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନକୁ ନେଇ ବିବାଦ ବଢିବାରେ ଲାଗିଛି । ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ଭାରତ ମନା କରିବା ପରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ହାଇବ୍ରିଡ୍ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ପାକିସ୍ତାନକୁ ଜବାବ ମାଗିଛି। ପିସିବି ରବିବାର ନିଶ୍ଚିତ କରିଛି ଯେ ଭାରତୀୟ ଦଳ ପାକିସ୍ତାନ ଯିବ ନାହିଁ ବୋଲି ଆଇସିସି ପକ୍ଷରୁ ଏକ ଇମେଲ୍ ମିଳିଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯଦି ପିସିବି ଚାମ୍ପିୟନ୍ସ ଟ୍ରଫି ଆୟୋଜନରୁ ପଛଘୁଞ୍ଚା ନ ଦିଏ, ତେବେ ଭାରତର ମ୍ୟାଚ୍ ୟୁଏଇରେ ହେବ ଏବଂ ଫାଇନାଲ୍ ଦୁବାଇରେ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।
ପାକିସ୍ତାନର ଏକ ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ପାକିସ୍ତାନ ନଯିବାକୁ ନେଇ ପିସିବି ଅସନ୍ତୁଷ୍ଟ ଅଛି ଓ ଭବିଷ୍ଯତରେ ଭାରତ ସହ କୌଣସି ଆସିସି ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ବିଚାର କରୁଛି ।
ସେପଟେ ପାକିସ୍ତାନର ଏକ ପ୍ରତିଷ୍ଠିତ ଖବରକାଗଜରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ ଦଳ ପାକିସ୍ତାନ ନଯିବାକୁ ନେଇ ପିସିବି ଅସନ୍ତୁଷ୍ଟ ଅଛି ଓ ଭବିଷ୍ଯତରେ ଭାରତ ସହ କୌଣସି ଆସିସି ଟୁର୍ଣ୍ଣାମେଣ୍ଟରେ ନ ଖେଳିବାକୁ ବିଚାର କରୁଛି । ପିସିବି ସ୍ପଷ୍ଟ ଭାବେ ଆଇସିସିକୁ କହିବ ଯେ ଭବିଷ୍ୟତରେ ୨୦୨୫ ଚାମ୍ପିୟନ୍ସ ଟ୍ରଫି ସମେତ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଓ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ ରେ ନ ରଖାଯାଉ। ଯେପର୍ଯ୍ୟନ୍ତ ଭାରତ ପାକିସ୍ତାନ ଗସ୍ତ ପାଇଁ ରାଜି ନ ହୁଏ, ପାକିସ୍ତାନ ଭାରତ ବିପକ୍ଷରେ ଖେଳିବାକୁ ଚାହେଁ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/12/32ZyNIed6Uyw8d0bskrs.jpeg)