କର୍ପୋରେଟ୍ ପ୍ରିମିୟର୍ ଲିଗ୍ ପୁରସ୍କାର ରାଶି ୨ ଲକ୍ଷ

ଭୁବନେଶ୍ବର : ରାଜ୍ୟ କର୍ପୋରେଟ୍ ଦୁୁନିଆର ମର୍ଯ୍ୟାଦାଜନକ କ୍ରିକେଟ୍‌ ପ୍ରତିଯୋଗିତା କର୍ପୋରେଟ୍ ପ୍ରିମିୟର୍‌ ଲିଗ୍ (ସିପିଏଲ୍)ର ପଞ୍ଚମ ସଂସ୍କରଣ ଶନିବାରଠାରୁ ସ୍ଥାନୀୟ ୟୁନିଟ୍‌-୬ ହାଇସ୍କୁଲ୍ ପଡ଼ିଆରେ ଆରମ୍ଭ ହେବ। ମୋଟ ୮ ଦଳକୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ଲାଗି ମୋଟ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଛି। ବିଜେତାକୁ ୧.୧୫ ଲକ୍ଷ ଏବଂ ଉପ ବିଜେତାକୁ ୮୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଆୟୋଜକ କର୍ପୋରେଟ୍ କ୍ରିକେଟ୍ କ୍ଲବ୍ (ସିସିସି)ର ସଭାପତି ସ୍ବୟଂ ପ୍ରକାଶ ଦାସ, ସମ୍ପାଦକ ସୌରଭ ଦାସ, ଯୁଗ୍ମସମ୍ପାଦକ ଜିତେନ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି।

ଟାଇଟଲ୍ ବଜାୟ ରଖିବା ଦିଗରେ ଦଳ ନିଶ୍ଚିତ ପ୍ରୟାସ କରିବ ବୋଲି ଆଶା ପ୍ରକାଶ କରିଛନ୍ତି ପଙ୍କଜ ମୋଟ୍ବାନି ଓ ବିଶ୍ବଜିତ ବଡୁ। ପ୍ରତିଯୋଗିତାରୁ ମିଳୁଥିବା ଲାଭାଂଶ ଅବହେଳିତ ଯୁବ କ୍ରିକେଟର୍‌ଙ୍କୁ ପ୍ରୋତ୍ସାହିତ କରିବା ଲାଗି ବ୍ୟୟ କରାଯାଉଛି ବୋଲି କହିଥିଲେ ଜିତେନ୍। ପ୍ରତିଯୋଗିତାର ଅନ୍ୟ ଦଳଗୁଡ଼ିକ ହେଉଛି ରୟାଲ୍ ରେଞ୍ଜର୍ସ (ସାଧକ ମିଶ୍ର), ସ୍ମାସର୍ସ (ମିଶାଲ ସ୍ବାଇଁ ଓ ଶ୍ୟାମ ଅଗ୍ରୱାଲ୍‌), ରୟାଲ୍ କ୍ରିକେଟିଂ ଡେୟାରଡେଭିଲ୍ସ (ରୋହନ ଦାସ ଓ ସ୍ବୟଂ ପ୍ରକାଶ ଦାସ), ସ୍ପାର୍ଟନ୍ ଏକାଦଶ (ଦିଲୀପ କୁମାର ଜେନା ଓ ସମରଜିତ୍ ସାହୁ), ଭିଣ୍ଟେଜ୍ ଟାଇରାଣ୍ଟସ (ଅମିୟ ରଂଜନ ନାୟକ), ମୋମେଣ୍ଟମ୍ (ଅମ୍ରିତ ଦାସ ଓ ଶୀତେଶ ପ୍ରଧାନ) ଏବଂ ସେଫ୍ ରିକ୍ସ ୱାରିୟର୍ସ (ସୁମିତ ମହାନ୍ତି ଓ ଅଶୋକ ମିଶ୍ର)। ପ୍ରତି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ସହିତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବୋଲର୍‌, ଶ୍ରେଷ୍ଠ ବ୍ୟାଟର୍ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର