କ୍ରିକେଟର୍‌ଙ୍କୁ ବାହାହେଲେ ଚେସ୍‌ ଯୁବରାଣୀ

ଭୁବନେଶ୍ବର: ରାଜ୍ୟର ଦୁଇ ଜଣାଶୁଣା କ୍ରୀଡ଼ାବିତ୍‌ କ୍ରିକେଟର୍‌ ସୌରଜିତ ପ୍ରଧାନୀ ଏବଂ ଚେସ୍‌ ଯୁବରାଣୀ ଅପରାଜିତା ଗୋଚ୍ଛିକାର ବୁଧବାର ପୁରୀରେ ଜଗନ୍ନାଥ ସଂସ୍କୃତି, ବିଧି ଓ ରୀତିନୀତି ଅନୁସାରେ ବିବାହ କରିଛନ୍ତି। କନିଷ୍ଠ ବୟସ ବର୍ଗରେ ରାଜ୍ୟ କ୍ରିକେଟ୍‌ ଦଳରୁ‌ ଖେଳିଥିବା ସୌରଜିତ୍‌ ଏବେ ଜଣେ ଇନ୍‌ଭେଷ୍ଟମେଣ୍ଟ୍‌ ବ୍ୟାଙ୍କର୍ ଭାବେ ବାଙ୍ଗାଲୋରରେ ଅବସ୍ଥାପିତ।

ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ଅପରାଜିତା ଏବେ ଭୁବନେଶ୍ବର ନାଲ୍‌କୋରେ ନିଯୁକ୍ତ ଅଛନ୍ତି। ବିବାହ ଉତ୍ସବରେ ଅପରାଜିତାଙ୍କ ପିତା ରାମନାରାୟଣ ଗୋଚ୍ଛିକାର, ମା’ ଗୀତା ଗୋଚ୍ଛିକାର ଏବଂ ସୌରଜିତଙ୍କ ପିତାମାତା ଦାମୋଦର ପ୍ରଧାନୀ, ସନ୍ଧ୍ୟାରାଣୀ ‌ପ୍ରଧାନୀଙ୍କ ସହିତ ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ, ଦୂତି ଚାନ୍ଦ, କ୍ରିକେଟ୍‌ର ଦେବାଶିଷ ମହାନ୍ତି, ଶିବସୁନ୍ଦର ଦାସ ଏବଂ କ୍ରୀଡ଼ା ଦୁନିଆର ବହୁ ବ୍ୟକ୍ତିତ୍ବ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର