ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ରୂପରେ ଅମୂଲ୍ୟ ଉପହାର ଭେଟି ଦେଇଥିବା ପୂର୍ବତନ କ୍ରିକେଟର ପ୍ରକାଶ ପୋଦ୍ଦାରଙ୍କ ପରଲୋକ ଘଟିଛି। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଦିଲ୍ଲୀପ ଭେଙ୍ଗସରକାରଙ୍କ ନେତୃତ୍ବରେ ଗଠିତ ବିସିସିଆଇର ଟ୍ୟାଲେଣ୍ଟ ରିସୋର୍ସ ଡେଭଲପ୍ମେଣ୍ଟ ସ୍କିମ୍ (ଟିଆର୍ଡିଏସ୍) ରେ ପ୍ରକାଶ ସାମିଲ ଥିବା ସମୟରେ ୨୦୦୩ରେ ଧୋନିଙ୍କ ପ୍ରତିଭାକୁ ଚିହ୍ନଟ କରିଥିଲେ। ପ୍ରକାଶ ସାକ୍ଷୀଥିବା ଉକ୍ତ ମ୍ୟାଚ୍ରେ ଧୋନି ୩୫ ରନ୍ର ପାଳି ଖେଳିଥିଲେ।
ହେଲେ ବଲ୍କୁ ଯେଉଁଭଳି ଭାବେ ସେ ପ୍ରହାର କରୁଥିଲେ, ସେହି ଶକ୍ତିକୁ ଭାରତୀୟ କ୍ରିକେଟ୍ରେ ବ୍ୟବହାର କରାଯିବା ଆବଶ୍ୟକତା ଥିବା ସେ ହୃଦୟଙ୍ଗମ କରିଥିଲେ। ତାଙ୍କୁ କେବଳ ଉଚିତ୍ ମାର୍ଗଦର୍ଶନର ଆବଶ୍ୟକତା ଥିଲା ବୋଲି ପୂର୍ବରୁ ଏକ ସାକ୍ଷତକାର ଅବସରରେ ପ୍ରକାଶ ମତ ରଖିଥିଲେ। ଯଦିଓ ବୈଷୟିକ କ୍ଷେତ୍ରରେ ଧୋନିଙ୍କ ପାଖରେ ଏକମାତ୍ର ଅଭାବ ରହିଥିଲା, କିନ୍ତୁ ୱିକେଟ୍ ମଝିରେ ଦୌଡ଼ିବା ଓ ସଟ୍ ଖେଳିବା ବେଳେ ତାଙ୍କ ପ୍ରହାର ପ୍ରକାଶଙ୍କୁ ପ୍ରଭାବିତ କରିଥିଲା। ଏବିଷୟରେ ସେ ଏନ୍ସିଏକୁ ରିପୋର୍ଟ ମଧ୍ୟ ଦେଇଥିଲେ। ଯାହାଫଳରେ ୨୦୦୩/୦୪ ଋତୁରେ ଧୋନି ଭାରତୀୟ ଦଳ ପାଇଁ ଚୟନ ହୋଇଥିଲେ। ଏହି ସମୟରେ ଧୋନିଙ୍କ ବ୍ୟତୀତ ସୁରେଶ ରାଇନା, ଇର୍ଫାନ୍ ପଠାନ୍, ଏସ୍ ଶ୍ରୀଶାନ୍ତ, ପୀୟୂଷ ଚାୱଲାଙ୍କ ଭଳି ଖେଳାଳିଙ୍କୁ ଟିଆର୍ଡିଏସ୍ ଚିହ୍ନଟ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/564fh65hfs465hfsfh.jpg)