ନୂଆଦିଲ୍ଲୀ: ‘ସୁଟର ଦାଦି’ ଭାବେ ସର୍ବତ୍ର ପରିଚିତ ଭାରତୀୟ ବନ୍ଧୁକଚାଳିକା ଚାନ୍ଦ୍ରୋ ତୋମାର କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସହ କିଛି ଦିନ ସଂଘର୍ଷ କରିବା ପରେ ୮୯ ବର୍ଷୀୟା ଚାନ୍ଦ୍ରୋ ଶୁକ୍ରବାର ସବୁଦିନ ପାଇଁ ଆଖି ବୁଜିଦେଇଛନ୍ତି। ଚାନ୍ଦ୍ରୋଙ୍କ ମୃତ୍ୟୁ ଖବର ତାଙ୍କ ଭାଉଜ ପୂର୍ବତନ ସାର୍ପ ସୁଟର ପ୍ରକାଶୀ ତୋମାର ଟ୍ବିଟ୍ କରି ଜଣାଇଛନ୍ତି। ‘‘ଚାନ୍ଦ୍ରୋ ମୋତେ ଛାଡ଼ି କେଉଁ ଆଡ଼େ ଚାଲିଗଲା’’ ବୋଲି ଚାନ୍ଦ୍ରୋଙ୍କ ଭଳି ବିଶ୍ବର ସବୁଠୁ ବୟସ୍କା ସାର୍ପସୁଟର ପ୍ରକାଶୀ ଟ୍ବିଟର୍ରେ ପ୍ରକାଶ କରିଛନ୍ତି। ଚଳିତ ସପ୍ତାହରେ ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବାରୁ ଚାନ୍ଦ୍ରୋ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ବେଳେ ସେ ମହାମାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଉତ୍ତରପ୍ରଦେଶର ହେଲିଂରେ ରହୁଥିବା ଚାନ୍ଦ୍ରୋ ବହୁ ଜାତୀୟ ପ୍ରତିଯୋଗିତାରେ ବିଜୟିନୀ ହୋଇଥିଲେ। ତାଙ୍କ ଜୀବନୀକୁ ନେଇ ୨୦୧୯ରେ ବଲିଉଡ୍ ସିନେମା ‘ସାଣ୍ଡ କି ଆଙ୍ଖ୍’ ରିଲିଜ୍ ହୋଇଥିଲା।
କରୋନାରେ ‘ସୁଟର ଦାଦି’ଙ୍କ ଦେହାନ୍ତ
/sambad/media/post_attachments/wp-content/uploads/2021/05/gjdgj9d79j8dj46546dgjjjjjjjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)