ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ନିଷ୍ପତ୍ତି ଅକ୍ଟୋବରରେ

ମୁମ୍ବାଇ : କ୍ରିକେଟ୍‌କୁ ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍‌ରେ ସାମିଲ ନେଇ ନିଷ୍ପତ୍ତି ଚଳିତ ବ‌ର୍ଷ ଅକ୍ଟୋବରରେ ହେବାର ସମ୍ଭାବନା ରହିଛି। ଅନ୍ତର୍ଜୀତୀୟ ଅଲିମ୍ପିକ୍‌ କମିଟି (ଆଇଓସି)ର ୧୪୧ତମ ସମ୍ମିଳନୀ ଅକ୍ଟୋବର ୧୫ରୁ ୧୭ ମୁମ୍ବାଇରେ ଆୟୋଜିତ ହେବ। ଏହା ପୂର୍ବରୁ ଅକ୍ଟୋବର ୧୪ରେ ଏହି ସମ୍ମିଳନୀର ଉଦ୍‌ଘାଟନୀ ସମାରୋହ କରାଯିବ। ଏହି ସମ୍ମିଳନୀରେ ଅଲିମ୍ପିକ୍‌ରେ କ୍ରିକେଟ୍‌କୁ ସାମିଲ କରାଯିବ କି ନାହିଁ ନିଷ୍ପତ୍ତି ହେବ ବୋଲି ଖବର ମିଳୁଛି।

ଏହି ବୈଠକର ଗୋଟିଏ ମାସ ପୂର୍ବରୁ ଲସ୍‌ ଏଞ୍ଜେଲ୍ସ ଆୟୋଜକ କମିଟି କ୍ରିକେଟ୍‌ ସାମିଲ ନେଇ ଆଇଓସିକୁ ସୁପାରିସ କରିବ। ଆଇଓସି ଚାହୁଁଛି ଖେଳାଳିଙ୍କ ସଂଖ୍ୟା ୧୦,୫୦୦ ମଧ୍ୟରେ ସୀମିତ ରଖିବାକୁ। ତେଣୁ ଆଇସିସି ଉଭୟ ମହିଳା ଓ ପୁରୁଷରେ ୬ ଦଳ ସହ ୩ ଘଣ୍ଟିଆ ଟ୍ବେଣ୍ଟି-୨୦ ପାଇଁ ପ୍ରସ୍ତାବ ରଖିଛି। ୧୯୦୦ ମସିହା ପରଠୁ ଆଉ ଅଲିମ୍ପିକ୍‌ରେ କ୍ରିକେଟ୍‌ ଖେଳ ଦେଖିବାକୁ ମିଳିନି। ସେହିବର୍ଷ କେବଳ ଦୁଇ ଦଳ ଫ୍ରାନ୍ସ ଓ ଇଂଲଣ୍ଡ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର