କେପ୍ ଟାଉନ୍ : ଚଳିତ ଟ୍ବେଣ୍ଟି-୨୦ ମହିଳା ବିଶ୍ବକପ୍ ଇଂଲଣ୍ଡର ଭେଟେରାନ ସିମର୍ କାଥେରିନ ସ୍କିଭର ବ୍ରଣ୍ଟ୍ଙ୍କ ଶେଷ ବିଶ୍ବକପ୍ ହୋଇଛି। ଦକ୍ଷିଣ ଆଫ୍ରିକା ନିକଟରୁ ହାରି ସେମିଫାଇନାଲ୍ରୁ ଇଂଲଣ୍ଡ ବିଦାୟ ନେବାପରେ ଜୁଲାଇରେ ୩୮ ବର୍ଷ ବୟସରେ ପଦାର୍ପଣ କରିବାକୁ ଯାଉଥିବା କାଥେରିନା ଏହା ତାଙ୍କର ଶେଷ ବିଶ୍ବକପ୍ ବୋଲି କହିଛନ୍ତି।
ଗତ ବର୍ଷ ଟେଷ୍ଟ୍ କ୍ରିକେଟ୍ରୁ ଅବସର ନେଇଥିଲେ ବ୍ରଣ୍ଟ। ଚଳିତ ବର୍ଷ ଗ୍ରୀଷ୍ମରେ ଖେଳାଯିବାକୁଥିବା ଅଷ୍ଟ୍ରେଲିଆ ବିପକ୍ଷ ବିଭିନ୍ନ ଫର୍ମାଟ୍ ଆସେସ୍ରେ ଧଳା ବଲ୍ କ୍ରିକେଟ୍ରେ ଭାଗ ନେବେ ବୋଲି କହିଛନ୍ତି ସେ। ଆସେସ୍ ପରେ ସେ ଅବସର ନେବାର ସମ୍ଭାବନା ରହଛି। ଚଳିତ ବିଶ୍ବକପ୍ରେ କାଥେରିନା ୫ ମ୍ୟାଚ୍ ଖେଲି ୩୦.୭୫ ହାରାହରି ଓ ୭.୫୩ ଷ୍ଟ୍ରାଇକ୍ରେଟ୍ରେ ୪ ୱିକେଟ୍ ଅକ୍ତିଆର କରିଥିଲେ। କାଥେରିନଙ୍କ ଏହା ଥିଲା ଷଷ୍ଠ ଟ୍ବେଣ୍ଟି-୨୦ ବିଶ୍ବକପ୍ ଏବଂ ମୋଟ ୧୧ତମ ବିଶ୍ବକପ୍।