ଲଣ୍ଡନ ୩୦/୧୨ : ୨୦୨୬ ଫେବ୍ରୁଆରି ଓ ମାର୍ଚ୍ଚ ମାସରେ ଭାରତରେ ହେବାକୁ ଥିବା ଟି୨୦ ବିଶ୍ବକପ ପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ହ୍ୟାରି ବ୍ରୁକଙ୍କ ନେତୃତ୍ବରେ ଏକ ସମ୍ଭାବ୍ୟ ୧୫ ଜଣିଆ ଦଳ ଘୋଷଣା କରାଯାଇଛି । ଆହତ ଥିବା ସତ୍ତ୍ବେ ଜୋଫ୍ରା ଆର୍ଚରଙ୍କୁ ଦଳରେ ସାମିଲ କରାଯାଇଛି । ସେହିପରି ଆସେସରେ ଭଲ ପ୍ରଦର୍ଶନ ପରେ ଦ୍ରୁତ ବୋଲର ଜୋସ ଟଙ୍ଗଙ୍କୁ ପ୍ରଥମ ଥର ପାଇଁ ଟି-୨୦ ଦଳରେ ସାମିଲ କରାଯାଇଛି । 

Advertisment

ଆହୁରି ପଢନ୍ତୁ : Accident: ଟ୍ରକକୁ ପଛରୁ ଧକ୍କା ଦେଲା ବସ୍, ୫ ଯାତ୍ରୀ ଗୁରୁତର

ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦଳରେ ଦୁଇ ତାରକା ଖେଳାଳି ଲିଆମ ଲିଭିଙ୍ଗଷ୍ଟୋନ ଓ ଜେମି ସ୍ମିଥଙ୍କୁ ସାମିଲ କରାଯାଇନାହିଁ । ତେବେ ଏହି ଦଳ ଚୂଡ଼ାନ୍ତ ଦଳ ହୋଇନଥିବାରୁ ପରବର୍ତ୍ତି ସମୟରେ ଏଥିରେ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ନିକଟରେ ଅନୁଷ୍ଠିତ ଆଇପିଏଲ ନିଲାମରେ ଲିଭିଙ୍ଗଷ୍ଟୋନଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୧୩ କୋଟି ଟଙ୍କାରେ ଖରିଦ କରିଥିଲା ।

ଆଇସିସି ନିୟମ ଅନୁଯାୟୀ, ପ୍ରତ୍ୟେକ ଦଳକୁ ଟୁର୍ଣ୍ଣାମେଣ୍ଟ ଆରମ୍ଭର ୩୦ ଦିନ ପୂର୍ବରୁ ସେମାନଙ୍କର ଦଳ ଘୋଷଣା କରିବାକୁ ପଡିବ। ସମୟସୀମା ପୂର୍ବରୁ, ଦଳଗୁଡ଼ିକ ଦଳରେ ପରିବର୍ତ୍ତନ କରିପାରିବେ। ତଥାପି, ସମୟସୀମା ପରେ, ଦଳଗୁଡ଼ିକୁ ପରିବର୍ତ୍ତନ କରିବା ପାଇଁ ଆଇସିସିର ଅନୁମତି ନେବାକୁ ପଡିବ। ଇଂଲଣ୍ଡ କେବଳ ଏକ ସମ୍ଭାବ୍ୟ ଦଳ ଘୋଷଣା କରିଛି, ଏଣୁ ପରବର୍ତ୍ତି କାଳରେ ସେମାନେ ଏଥିରେ ପରିବର୍ତ୍ତନ କରିପାରିବେ । 

ଆହୁରି ପଢନ୍ତୁ : Bhayera Ghoomr Waterfall: ଅବହେଳିତ ଅବସ୍ଥାରେ ଭଏଁରା ଘୁମର ଜଳପ୍ରପାତ

ଇଂଲଣ୍ଡ ଦଳ : ହ୍ୟାରି ବ୍ରୁକ୍ (ଅଧିନାୟକ), ଜୋଫ୍ରା ଆର୍ଚର, ରେହାନ ଅହମ୍ମଦ, ୱିଲ୍ ଜ୍ୟାକ୍ସ, (ୱିକେଟକିପର), ଟମ୍ ବାଣ୍ଟନ୍, ଜାକବ୍ ବେଥେଲ୍, ଜସ୍ ବଟଲର୍, ସାମ୍ କରାନ୍, ଲିଆମ୍ ଡସନ୍, ବେନ୍ ଡକେଟ, ଜେମି ଓଭରଟନ୍, ଆଦିଲ୍ ରସିଦ୍, ଫିଲ୍ ସଲ୍ଟ ଜୋଶ୍ ଟଙ୍ଗ୍ ଏବଂ ଲୁକ୍ ଉଡ୍।