ଫାଓ ଅନ୍ତଃଜିଲ୍ଲା କ୍ଲବ୍‌ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଘାଟିତ: ଭାଗନେଲେ ୩୦ ଦଳ, ୪ ପଡ଼ିଆରେ ଖେଳ ଚାଲିବ

କଟକ: ଓଡ଼ିଶା ଫୁଟ୍‌ବଲ ସ˚ଘ (ଫାଓ) ଓ ରାଜ୍ୟ କ୍ରୀଡ଼ା ବିଭାଗ ମିଳିତ ଆନୁକୂଲ୍ୟରେ ଅନ୍ତଃଜିଲ୍ଲା କ୍ଲବ୍‌ ଫୁଟ୍‌ବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ୮ଟି ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟା୍‌ଚରେ କ୍ରୀଡ଼ା ଛାତ୍ରାବାସ ୬-୧ ଗୋଲ୍‌ରେ ବାଲେଶ୍ବରର ଟାଉନ କ୍ଲବ୍‌କୁ, ଦ୍ବିତୀୟ ମ୍ୟାଚ୍‌ରେ ଓଡ଼ିଶା ପୁଲିସ୍‌ ୭-୦ ଗୋଲ୍‌ରେ ଖୋର୍ଦ୍ଧାର ଜୟଦୁର୍ଗା କ୍ଲବ୍‌କୁ, ତୃତୀୟ ମ୍ୟାଚ୍‌ରେ ରାଇଜି˚ ଷ୍ଟୁଡେଣ୍ଟ ୨-୦ ଗୋଲ୍‌ରେ ନୟାଗଡ଼ର ହରିହର ସ୍ପୋର୍ଟ୍ସ ଏକାଡେମୀକୁ, ଚତୁର୍ଥ ମ୍ୟାଚ୍‌ରେ ପୂର୍ବତଟ ରେଳବାଇ ୨-୧ ଗୋଲ୍‌ରେ ସୋନପୁରର ରାମଧୂନ କ୍ଲବ୍‌କୁ, ପଞ୍ଚମ ମ୍ୟାଚ୍‌ରେ ଭୁବନେଶ୍ବର ୟୁନିଟ୍‌-୬ କ୍ଲବ୍‌ ୨-୧ ଗୋଲ୍‌ରେ କନ୍ଧମାଳର ନେତାଜୀ କ୍ଲବ୍‌କୁ, ଷଷ୍ଠ ମ୍ୟାଚ୍‌ରେ କଳିଙ୍ଗ ନଗର ସ୍ପୋର୍ଟ୍ସ ଏକାଡେମି ୪-୧ ଗୋଲ୍‌ରେ ଭୁବନେଶ୍ବରର କିଶୋର କ୍ଲବ୍‌କୁ, ସପ୍ତମ ମ୍ୟାଚ୍‌ରେ ମୟୂରଭଞ୍ଜ ଶିମିଳିପାଳ କ୍ଲବ୍‌ ୪-୧ ଗୋଲ୍‌ରେ ଝାରସୁଗୁଡ଼ାର କଳିଙ୍ଗ ୟୁଥ୍‌ ସ˚ଘକୁ ଏବଂ ଅଷ୍ଟମ ମ୍ୟାଚ୍‌ରେ ବରଗଡ଼ର ୟୁନାଇଟେଡ୍‌ ସ୍ପୋର୍ଟ୍ସ କ୍ଲବ୍‌ ୮-୦ ଗୋଲ୍‌ରେ ଦେଓଗଡ଼ର ମନୋରମା କ୍ଲବ୍‌କୁ ହରାଇଛି।

ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସ˚ଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ପାଦକ ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଉପସଭାପତି ବିଜୟ ଦାସ, ଦିଲ୍ଲୀପ କୁମାର ସାହୁ, ବିଶ୍ବର˚ଜନ ଘଡେ଼ଇ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ମହମ୍ମଦ ସାହିଦ ଜବାର, ରେଭେନ୍ସା କ୍ରୀଡ଼ା ଅଧିକାରୀ ଅ˚ଜନ କୁମାର ଖୁଣ୍ଟିଆ ଉପସ୍ଥିତ ଥିଲେ। ରେଭେନ୍ସା ସହିତ କ୍ରୀଡ଼ା ଛାତ୍ରାବାସ ପଡ଼ିଆ, ବିଡ଼ାନାସୀ ପଡ଼ିଆ ଓ ଏନ୍‌ଆର‌୍‌ଆର‌୍‌ଆଇ ପଡ଼ିଆରେ ମ୍ୟାଚ୍‌ଗୁଡ଼ିକ ଖେଳାଯାଉଛି। ପ୍ରତିଯୋଗିତାରେ ମୋଟ ୩୦ ଦଳ ଅ˚ଶଗ୍ରହଣ କରିଥିଲା ବେଳେ ସେମାନଙ୍କୁ ୧୦ଟି ଗ୍ରୁପ୍‌ରେ ବଣ୍ଟାଯାଇଛି। ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦଳଙ୍କୁ ନେଇ ନକ୍‌ଆଉଟ ପର୍ଯ୍ୟାୟ ଖେଳାଯିବ। ଆସନ୍ତା ୩୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ଫାଓ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର