ଭୁବନେଶ୍ବର: ଭୁବନେଶ୍ବର ସମେତ ଭାରତର ବିଭିନ୍ନ ସହରରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍କୁ କୋଭିଡ୍-୧୯ ମହାମାରୀ କାରଣରୁ ୨୦୨୨ ମସିହାକୁ ଘୁଞ୍ଚାଇ ଦିଆଯାଇଛି। ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଏହା ଖେଳାଯିବାକୁ ଥିଲେ ମଧ୍ୟ କୋଭିଡ୍ କାରଣରୁ ପ୍ରଥମେ ୨୦୨୧ ମସିହା ପ୍ରଥମ ଭାଗକୁ ସ୍ଥଗିତ ରଖାଯାଇଥିଲା। କିନ୍ତୁ ମହାମାରୀ ପରିସ୍ଥିତିରେ ଉନ୍ନତି ନ ଆସିବାରୁ ଏବେ ଏହି ପ୍ରତିଯୋଗିତାକୁ ଆଉ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ମଙ୍ଗଳବାର ଫିଫା ପକ୍ଷରୁ ସୂଚନା ପ୍ରଦାନ ପରେ ସର୍ବଭାରତୀୟ ଫୁଟ୍ବଲ୍ ସଂଘ (ଏଆଇଏଫଏଫ୍) ଏବଂ ସ୍ଥାନୀୟ ଆୟୋଜନ ସମିତି (ଏଲଓସି) ମିଳିତ ବିଜ୍ଞପ୍ତିରେ ଭାରତ ୨୦୨୨ରେ ବି ଆୟୋଜକ କରିବ ବୋଲି ସ୍ପଷ୍ଟ କରିଛନ୍ତି। ଏହି ଅବସରରେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍ ପୁନଃରୁଦ୍ଧାର କାର୍ଯ୍ୟ ବିକଶିତ ହେବ। ଭୁବନେଶ୍ବର ଓ ଅହମ୍ମଦାବାଦରେ ଥିବା ୮ଟି ତାଲିମ କେନ୍ଦ୍ରକୁ ବିକଶିତ କରାଯିବ ବୋଲି ମଧ୍ୟ ଅୟୋଜନ ସମିତି ପକ୍ଷରୁ କୁହାଯାଇଛି। ସେହିଭଳି ଚଳିତ ବର୍ଷର ୨୦ ବର୍ଷରୁ କମ୍ ଫିଫା ମହିଳା ବିଶ୍ବକପ୍ ମଧ୍ୟ ୨୦୨୨ରେ କୋଷ୍ଟାରିକାରେ ଖେଳାଯିବ। ଉଭୟ ମହିଳା ପ୍ରତିଯୋଗିତା ଲାଗି ଫିଫା ସଙ୍କଳ୍ପବଦ୍ଧ ରହିଛି ବୋଲି ପ୍ରକାଶ କରିଛି।
ଫିଫା ଯୁବା ବିଶ୍ବକପ୍ ୨୦୨୨କୁ ଘୁଞ୍ଚିଲା
/sambad/media/post_attachments/wp-content/uploads/2020/08/fifa-women.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)