ଗୁଆହାଟୀ : ଗୁଆହାଟୀ ଟେଷ୍ଟର (Ind vs SA 2nd Test ) ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନର ଷ୍ଟମ୍ସ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୬ ଓ୍ବିକେଟ ହରାଇ ୨୪୭ ରନ କରିଛି ।
ଆଜି ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ଯାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଆଇଡେନ ମାର୍କରାମ ଓ ରିୟାନ ରିକଲଟନ ଏକ ଭଲ ଆରମ୍ଭ କରିଥିଲେ । ମାର୍କରାମ ୩୮ ରନ ଓ ରିକଲଟନ ୩୫ ରନ କରିଥିଲେ । ସେହିପରି ଟ୍ରିଷ୍ଟାନ ଷ୍ଟବ୍ସ ୪୯ ରନ ଓ ଟେମ୍ବା ବାଭୁମା ୪୧ ରନ କରିଥିଲେ । ଟୋନି ଡେ ଜୋରଜି ୨୮ ରନ ଓ ସେନୁରାମ ମୁଥୁସାମି ୨୫ ରନ କରିଥିଲେ ।
କୁଳଦୀପଙ୍କୁ ୩ ଓ୍ବିକେଟ୍
ଭାରତ ପକ୍ଷରୁ କୁଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିବାବେଳେ ଯସପ୍ରିତ ବୁମରା, ମହମ୍ମଦ ସିରାଜ ଓ ରବୀନ୍ଦ୍ର ଜାଦେଜା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। କୋଲକାତାର ଇଡେନ ଗାଡେନ୍ସଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୩୦ ରନରେ ପରାସ୍ତ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/22/kuldeep-2025-11-22-16-35-33.jpg)