କାନପୁର : କାନପୁରର ଗ୍ରୀନପାର୍କଠାରେ ଖେଳାଯାଉଥିବା ଭାରତ-ବାଲାଂଦେଶ ୨ୟ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ବର୍ଷା ଯୋଗୁଁ ପ୍ରଥମ ଦିନରେ ମାତ୍ର ୩୫ ଓଭର ଖେଳ ହୋଇଥିଲା । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ଓ୍ବିକେଟ ହରାଇ ୧୦୭ ରନ କରିଛି ।
ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲା । ବାଂଲାଦେଶ ପକ୍ଷରୁ ମୋଇନୁଲ ହକ୍ ସର୍ବାଧିକ ୪୦ ରନ କରି ଅପରାଜିତ ଥିବାବେଳେ ନଜମୁଲ ହୋସେନ ସାଣ୍ଟୋ ୩୧ରନ କରି ଆଉଟ ହୋଇଥିଲେ । ଓପନର ସାଦମାନ ଇସଲାମ ୨୪ ରନ କରି ଆଉଟ ହୋଇଥିବାବେଳେ ଓପନର ଜାକିର ହାସନ ଖାତା ଖୋଲିପାରିନଥିଲେ । ଏବେ ମୁସ୍ତାଫିକୁର ରହମ ୬ ରନ କରି ମୋଇନୁଲଙ୍କ ସହ କ୍ରିଜରେ ଅଛନ୍ତି ।
କୁମ୍ବଲେଙ୍କ ରେକର୍ଡ କାଟିଲେ ଅଶ୍ବିନୀ
ଯଦିଓ ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେବାରେ ଅନିଲ କୁମ୍ବଲେଙ୍କ ଠାରୁ ଯଥେଷ୍ଟ ପଛରେ ଅଛନ୍ତି, ତଥାପି ସେ ଏବେ ଏସୀୟ ପିଚରେ ସର୍ବାଧିକ ୱିକେଟ୍ ନେଇ ଭାରତୀୟ ବୋଲର ହୋଇଛନ୍ତି। ଏସିଆର ୪୨୦ତମ ୱିକେଟ୍ କାନପୁର ଟେଷ୍ଟର ପ୍ରଥମ ଦିନରେ ଅଶ୍ୱିନ ବାଂଲାଦେଶ ଅଧିନାୟକ ନଜମୁଲ ଶାଣ୍ଟୋଙ୍କୁ ଆଉଟ୍ କରିଥିଲେ। ତାଙ୍କ ପୂର୍ବରୁ ଅନୀଲ କୁମ୍ବଲେ ଏସିଆରେ ମୋଟ ୪୧୯ ୱିକେଟ୍ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)