ପ୍ରଥମ ଅନ୍ତଃକ୍ଲବ୍‌ ଫୁଟ୍‌ସାଲ୍‌ ଆରମ୍ଭ: ମଙ୍ଗଳା, ବିଡ଼ାନାସୀ, କ୍ରୀଡ଼ା ଛାତ୍ରାବାସ, ରାଇଜି˚ ଷ୍ଟୁଡେଣ୍ଟ, ରାମଧୂନ ବିଜୟୀ

କଟକ: କିଟ୍‌ ବିଶ୍ବବିଦ୍ୟାଳୟ ଇନ୍‌ଡୋର ହଲ୍‌ରେ ଆରମ୍ଭ ହୋଇଛି ପ୍ରଥମ ଅନ୍ତଃକ୍ଲବ୍‌ ଫୁଟ୍‌ସାଲ୍‌ ପ୍ରତିଯୋଗିତା। ପ୍ରଥମ ଦିନରେ ୬ଟି ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ ମ୍ୟାଚ୍‌ରେ ମଙ୍ଗଳା କ୍ଲବ୍‌ ୧୫-୨ ଗୋଲ୍‌ରେ କିଟ୍‌ ବିଶ୍ବବିଦ୍ୟାଳୟକୁ ହରାଇଥିଲା। ଦ୍ବିତୀୟରେ କଳିଙ୍ଗ ନଗର ସ୍ପୋର୍ଟ୍ସ ଏକଡେମୀ ଓ ବିଛାକୁଣ୍ତି କ୍ଲବ୍‌ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୭-୭ ଗୋଲରେ ଅମୀମା˚ସିତ ରହିଥିଲା। ତୃତୀୟ ମ୍ୟାଚ୍‌ରେ ବିଡ଼ାନାସୀ କ୍ଲବ୍‌ ୪-୩ ଗୋଲ୍‌ରେ କିଶୋର କ୍ଲବ୍‌କୁ, ଚତୁର୍ଥ ମ୍ୟାଚ୍‌ରେ କ୍ରୀଡ଼ା ଛାତ୍ରାବାସ ୯-୩ ଗୋଲ୍‌ରେ ରାଜକନିକା ଦୌଡ଼କୁଦ ସ˚ଘକୁ, ପଞ୍ଚମ ମ୍ୟାଚ୍‌ରେ ରାଇଜି˚ ଷ୍ଟୁଡେଣ୍ଟ କ୍ଲବ୍‌ ୫-୧ ଗୋଲ୍‌ରେ ୟୁନିଟ୍‌ ୬ ଦୌଡ଼କୁଦ ସ˚ଘକୁ, ଷଷ୍ଠ ମ୍ୟାଚ୍‌ରେ ରାମଧୂନ କ୍ଲବ୍‌ ୮-୩ ଗୋଲ୍‌ରେ ଶ୍ରୀନୀଳଚକ୍ର ସ୍ପୋର୍ଟ୍ସ କ୍ଲବ୍‌କୁ ପରାସ୍ତ କରିଛି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକ ଗଗନେନ୍ଦୁ ଦାଶ, ଫାଓ ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ଉପସଭାପତି ଦିଲ୍ଲୀପ କୁମାର ସାହୁ, ବିଶ୍ବର˚ଜନ ଘଡେ଼ଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର